ଫକୀରମୋହନ ଫାଉଣ୍ଡେସନ ପକ୍ଷରୁ “କ୍ରମବିପନ୍ନତାର ଚଉମୁହାଣିରେ ଓଡ଼ିଶାର ଐତିହ୍ୟ” ଶୀର୍ଷକ ନଭସଂଚାରୀ ମହାବ୍ୟାଖ୍ୟାନ

ଓଡ଼ିଆ ବାର୍ତ୍ତା/ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀର ଓଡିଶା ଶାଖା ପକ୍ଷରୁ “କ୍ରମବିପନ୍ନତାର ଚଉମୁହାଣିରେ ଓଡ଼ିଶାର ଐତିହ୍ୟ” ଉପରେ ଏକ ନଭସଂଚାରୀ ମହାବ୍ୟାଖ୍ୟାନ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଇନଟାକର ଓଡ଼ିଶା ପ୍ରକଳ୍ପ ଶାଖା କୋଅର୍ଡିନେଟର ଅନୀଲ ଧୀର ଯୋଗ ଦେଇ ଓଡ଼ିଶାର ସମୃଦ୍ଧ ମନ୍ଦିର ଐତିହ୍ୟ, ସଡ଼କ ଐତିହ୍ୟ, ନଦୀ ଐତିହ୍ୟ ଆଦି ଉପରେ ତାଙ୍କର ଦୀର୍ଘ ଷାଠିଏ ବର୍ଷରୁ ଉର୍ଦ୍ଧ୍ବ ଅଭିଜ୍ଞତା ଉପରେ ଆଲୋଚନା କରିଥିଲେ । ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଡ଼ଃ ମନିକା ଦାସ ଏହାକୁ ଉଦଘାଟନ କରିଥିବାବେଳେ ସଭାପତିତ୍ବ କରିଥିଲେ ମହାନିର୍ଦ୍ଦେଶିକା ଡ଼ଃ ହିରଣ୍ମୟୀ ମିଶ୍ର । ଶେଷରେ ଫକୀରମୋହନଙ୍କ କବିତାକୁ କଣ୍ଠସଙ୍ଗୀତରେ ପରିବେଷଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଅନିନ୍ଦିତା ଦାସ । ଏହି ନଭସଂଚାରୀ ମହାବ୍ୟାଖ୍ୟାନରେ ଡ ଇନ୍ଦ୍ରମଣି ସାହୁ, ପଦ୍ମିନୀ ମାଡାମ, ଜେପି ସାର୍, ପ୍ରଦୀପ ଚକ୍ରବର୍ତ୍ତୀ ପ୍ରମୁଖ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ । ଶେଷରେ ଡ଼ଃ ହିରଣ୍ମୟୀ ମିଶ୍ର ଏବଂ ଡ଼ଃ ରବୀନ୍ଦ୍ର କୁମାର ଦାସ ଆଗାମୀ ଦିନରେ ଯୁବପିଢିଙ୍କ ସହଯୋଗରେ ଓଡ଼ିଶାର ଭାଷା, ସାହିତ୍ୟ ଏବଂ ଐତିହ୍ୟ ଆଦିର ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ ପାଇଁ ଫକୀରମୋହନ ଫାଉଣ୍ଡେସନ କିଭଳି ଗୁରୁ ଦାୟିତ୍ବ ବହନ କରିବ, ସେଥିପାଇଁ ଉପସ୍ଥିତ ଯୁବପିଢିଙ୍କୁ ଆହ୍ବାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.