ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆତ୍ମ ନିର୍ଭର ଭାରତ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଓ ବଡ଼ଧାରପୁର ଯୁବକ ସଂଘର ମଳିତ ସହଯୋଗରେ ଆତ୍ମନିର୍ଭର ଭାରତ ଆନୁକୂଲ୍ୟରେ ଯୁବକଙ୍କ ଦକ୍ଷତା ବୃଦ୍ଧି ଓ ଆତ୍ମ ନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ଅଧିକାରୀ ପ୍ରସନ୍ନ ମେହେର, ମୁଖ୍ୟ ବକ୍ତା ତଥା ରିସୋର୍ସ ପର୍ସନ ଭାବରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲାରୋଡ଼ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ବିକାଶ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଉକ୍ତ କ୍ଲବର ପୂର୍ବତନ ସମ୍ପାଦକ ଅଚ୍ୟୁତାନନ୍ଦ ମାଝୀ ଯୋଗଦାନ କରିଥିଲେ । ସଭାପତି ନେପାଳ ଚନ୍ଦ୍ର ବିଶ୍ୱାଳ ଏଥିରେ ସଭାପତିତ୍ୱ କରିଥିଲେ । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରେ ନର୍ଲା ବ୍ଲକର ବିଭିନ୍ନ କ୍ଲବରୁ ୮୦ ଜଣ ସଦସ୍ୟ ସଦସ୍ୟା ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ବଡ଼ଧାରପୁର ଯୁବକ ସଂଘର ସଦସ୍ୟ ଲବ ମାଝୀ, ସହିତ ପ୍ରଧାନ, ତୁଷାର ସା, ପବିତ୍ର ମାଝୀ, ସୁବେନ ସା, ବଡ଼ଧାରପୁର ମହିଳା ମଣ୍ଡଳର ସଭାନେତ୍ରୀ ମାନସୀ ଭାଟି, ସମ୍ପାଦିକା ଉର୍ବଶୀ ପ୍ରଧାନ, ମୁଖ୍ୟ ସଦସ୍ୟ ନନ୍ଦିନୀ ମାଝୀ ତଥା ସମସ୍ତ ସଦସ୍ୟ ସଦସ୍ୟା ତଥା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ବେଚ୍ଛାସେବୀ ନବୀନ ସାହୁ ଓ ଦୁଶୀଳ କୁମାର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.