Block Chairman live: ନର୍ଲାରେ ଆରମ୍ଭ ହେଲା ଅଧ୍ୟକ୍ଷ ନିର୍ବାଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ମାର୍ଚ୍ଚ ୧୨ ସାରା ଓଡ଼ିଶାର ବ୍ଲକ ଗୁଡିକରେ ଚାଲିଛି ଅଧ୍ୟକ୍ଷ ନିର୍ବାଚନ । ପେବୃୟାରୀ ୨୮ ରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ର ଫଳା ଫଳ ପ୍ରକାଶ ପାଇବା ପରେ ନର୍ଲାର ୨୬ ଜଣ ସମିତି ସଦସ୍ୟ ଅଜ୍ଞାତ ବାସ ରେ ରହିଥିଲେ । ନର୍ଲା ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ନର୍ଲା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଜଣ ପ୍ରାର୍ଥୀନୀ ମନୋରମା ମହାନ୍ତି କର୍ମେ ଗାଁ ସମିତି ସଦସ୍ୟା ଯିଏକି ନର୍ଲା ବ୍ଲକ ଅଧ୍ୟକ୍ଷା ରହିଥିଲେ ଏବଂ ମାଣ୍ଡେଲ ସମିତି ସଦସ୍ୟା ସିମନ୍ତିକା ଚାନ୍ଦ ରହିଛନ୍ତି । ୧୦.୩୦ ସମୟରେ ନିର୍ବାଚନ ପ୍ରକ୍ରୀୟ ଆରମ୍ଭ ହୋଇ ଯାଇଛି ।

ଭବାନୀପାଟଣା ବିଡ଼ିଓ ବିନୟ ଭୋଇ ନିର୍ବାଚନ ଅଧିକାରୀ ଭାବରେ ନର୍ଲା ଅଧ୍ୟକ୍ଷ ନିର୍ବାଚନ ପରିଚାଳନା କରୁଛନ୍ତି । ଦୁଇଜଣ ଅଧ୍ୟକ୍ଷା ପ୍ରାର୍ଥୀନୀ ନିଜ ନିଜ ସମର୍ଥକ ସମିତି ସଦସ୍ୟ ମାନଙ୍କୁ ନେଇ ନର୍ଲା ବ୍ଲକ ପରିସରରେ ରହିଥିବା ନିର୍ବାଚନ କକ୍ଷ ରେ ଆସି ପହଂଚି ସାରିଛନ୍ତି । ପ୍ରଥମେ ପ୍ରାର୍ଥୀ ପତ୍ର ଦାଖଲ ଏହାପରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ଅନୁଷିତ ହେବ ବୋଲି ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ନିର୍ବାଚନ ପ୍ରକରୀୟାରେ ନର୍ଲା ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ, ପିଇଓ ଜାଫେଦ ନାଗ ପ୍ରମୁଖ ସହଯୋଗ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.