କନ୍ଧମାଳ ଜିଲ୍ଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଦୁର୍ବୁତ୍ତ ଭାଙ୍ଗିଲେ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ କୌଣସି ଦୁର୍ବୁତ୍ତ ଗତ ରାତିରେ ଭାଙ୍ଗିଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ ପୌରପରିଷଦ ପ୍ରଚାର କରି ରାତିରେ ୬ନଂ. ୱାର୍ଡରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତିଙ୍କ ଘରେ ରାତ୍ରିଯାପନ କରିଥିଲେ । ତାଙ୍କ ମାରୁତି ୱାଗନର ଗାଡିଟି ଘର ପାଖରେ ରଖିଥିଲେ । ସକାଳେ ଦେଖିଲା ବେଳକୁ ଗାଡିର ପଛ ପାଖ କାଚ କୁ ପଥର ମାରି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏହା ସହିତ କିଛି ବିଜେପି ବ୍ୟାନର କୁ ମଧ୍ୟ ଚିରି ଫୋପାଡ଼ି ଦେଇଛନ୍ତି । ଏହା ଆଗରୁ ମଧ୍ୟ ବିଜେଡି ପୋଷ୍ଟରକୁ ଚିରିବା ସହିତ ବିଜେଡି କର୍ମୀଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.