ରାୟଗଡାରେ ଏଲଆଇସି ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୬୬ତମ ଏଲଆଇସି ସପ୍ତାହ ପାଳନ ଅଦବସରରେ ରାୟଗଡା ଏଲଆଇସି ଶାଖା କାର୍ଯ୍ୟାଳୟରେ ସେପ୍ଟେମ୍ବର ପହିଲା ଦିନ ଏଲଆଇସି ଦିବସର ଶୁଭାରମ୍ଭ ହୋଇ ଯାଇଛି । ବରିଷ୍ଠ ଶାଖା ପରିଚାଳକ ସନ୍ତୋଷ କୁମାର ପାତ୍ର ନିଗମର ପତାକା ଉତ୍ତୋଳନ ସହ ନିଗମ ସଙ୍ଗୀତ ପରିବେଷଣ ମାଧ୍ୟମରେ ଏହାର ଉଦଘାଟନ କରି ଗତ ଦଶନ୍ଧି ଦଶନ୍ଧି ଧରି ଏଲଆଇସି କିଭଳି ତା ଜୟ ଯାତ୍ରାରେ ରାଷ୍ଟ୍ର ମଙ୍ଗଳ କରି ଉନ୍ନତିର ସୋପାନ ମାନ ଚଢି ଆସୁଛି ବର୍ଣ୍ଣନା କରିଥିଲେ । ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ଉଦ୍ୟୋଗପତି କେ ମୋହନ ରାଓ, ସୁଖ୍ୟାତ ଚିକିତ୍ସକ ତଥା ସମାଜସେବୀ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ ଓ ସ୍ୱନାମଧନ୍ୟ ଶିକ୍ଷାବିତ ଏଲ କିଶନ କୁମାର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନୀ କାର୍ଯ୍ଯକ୍ରମରେ ଯୋଗ ଦେଇ ଏଲଆଇସି ଗ୍ରାହକ ସେବାର ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଠ ବ୍ୟବସାୟ ସହଯୋଗୀ ଗୋବିନ୍ଦ ପ୍ରସାଦ ରଥ ଏଲଆଇସି କିଭଳି ତାଙ୍କ ପାଇଁ ଅନ୍ୟତମ ଆତ୍ମୀୟ ତୁଲ୍ୟ ବର୍ଣ୍ଣନା କରିଥିବା ବେଳେ ଅଫିସର ଏନ୍ ପି ମୁଖୀ ପି ନାଗଭୂଷଣ ରାଓ ଓ ଆରତି ପାତ୍ର ଏଲଆଇସିର ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ଅଫିସର ଭାବେ ଶ୍ରୀପି ଏନ ବି ରାଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସେବା କାଉଣ୍ଟର ସହ ବ୍ୟାପକ ଏଜେଣ୍ଟ ଚୟନ ଓ ପଲିସି ବିକ୍ରି ପ୍ରତି ଧ୍ୟାନ ଦିଆଯିବ। ଷ୍ଟାଫ ଏଜେଣ୍ଟ ସମସ୍ତ ବର୍ଗଙ୍କୁ ସାମିଲ କଲା ଭଳି କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ମଧ୍ୟ କରାଯିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.