ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରଖିଲା ଇଂଲଣ୍ଡ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୭୯ ରନ ସଂଗ୍ରହ କରିଥିଲା । ଜୋସ ବଟଲର ୭୩ ଓ ଆଲେକ୍ସ ହେଲ୍ସ ୫୨ ରନର ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଲ୍ୟୁକସ ଫର୍ଗୁସନ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି କିୱି ଟିମ ୬ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲେ । କେନ ୱିଲିୟମସନ ୪୦ ଏବଂ ଗ୍ଲେନ ଫିଲିପ୍ସ ୬୨ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ ।ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଏଥିସହ ୪ ମ୍ୟାଚରୁ ୫ ପଂଏଟ ଲେଖାଁଏ ହାସଲ କରିଛନ୍ତି । ରନରେଟ ଭିତିରେ ନ୍ୟୁଜିଲାଣ୍ଡ ଆଗରେ ରହିଛି । ଅପରପକ୍ଷରେ ସମାନ ସଂଖ୍ୟକ ମ୍ୟାଚ ଖେଳି ଅଷ୍ଟ୍ରେଲିଆ ୫ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି । ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ପାଇଁ ବଟଲର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.