ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାଠାରେ ବିଶ୍ବ ହାତଧୂଆ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବିଶ୍ବ ହାତଧୂଆ ଦିବସ ଅବସରରେ ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ସଚେତନତାର ବାର୍ତ୍ତା ପ୍ରସାରିତ କରିଛି । ଲୋକମାନଙ୍କୁ ଉପଯୁକ୍ତ ଭାବେ ହାତ ଧୋଇବା ଓ ସଛତା ଅଭ୍ୟାସ ପାଳନ କରିବା ଉପରେ ଗୋଷ୍ଠୀକୁ ସଚେତନ ପାଇଁ ଏକ ସପ୍ତାହ ବ୍ୟାପୀ ଅଭିଯାନ ଆୟୋଜିତ ହୋଇଥିଲା । ଝାରସୁଗୁଡ଼ାରେ ଏହି ଅଭିଯାନରେ ୨୮ ଟି ଗ୍ରାମକୁ ସାମିଲ କରାଯାଇଥିଲା ଓ ଏଥି ସହିତ ସ୍କୁଲର ପିଲା, ବୟସ୍କ ବ୍ୟକ୍ତିଙ୍କୁ ନେଇ ପ୍ରାୟ ୧୬୦୦ ଲୋକଙ୍କ ପାଖରେ ପହଁଚି ଏହି ବାର୍ତା ଉପସ୍ଥାପନ କରାଯାଇଥିଲା ।

ଏହି ଅଭିଯାନର ଏକ ଅଂଶ ଭାବେ କଂପାନି ଗ୍ରାମ ଗୁଡ଼ିକୁ ଯାଇ ଏହାର ଭ୍ରାମ୍ୟମାଣ ହେଲଥ ୟୁନିଟ ସହାୟତାରେ ସାବୁନ ଓ ପାଣି ଦ୍ବାରା ହାତ ଧୋଇବାର ୬ଟି ସୋପାନ ଉପରେ ପ୍ରଦର୍ଶନ କରିଥିଲା ।

ବେଦାନ୍ତ ଆଲୁମିନିୟମର ଏହି ସ୍ଵାସ୍ଥ୍ୟ ପଦକ୍ଷେପ ସଂପର୍କରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ, ବେଦାନ୍ତ ଲିଂ, ଝାରସୁଗୁଡ଼ା କହିଛନ୍ତିଯେ- ବିଶ୍ଵ ହାତଧୂଆ ଦିବସ ଆମ ଅଂଚଳର ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଅଭ୍ୟାସ ସଂପର୍କରେ ଏକ ବାର୍ତା ଦେଉଛି, ଆମେ ଆଶା କରୁ ଆମ ଅଂଚଳର ଲୋକମାନେ ଏହି ମହତ୍ବକୁ ଉପଲବ୍ଧ କରିବେ । ଆମର ସ୍ୱାସ୍ଥ୍ୟ ଶିବିର, ମୋବାଇଲ ହେଲଥ ୟୁନିଟ, ଆମ୍ବୁଲାନସ ସେବା ଇତ୍ୟାଦି ମାଧ୍ୟମରେ ସୁବିଧା ସୁଯୋଗରୁ ବଂଚିତ ଲୋକମାନେ ନିଶ୍ଚିତ ସହାୟତା ପାଇ ପାରିବେ ।

ଭବାନି ବୁଡ଼ା, ଝାରସୁଗୁଡ଼ାର ଜଣେ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେଯେବେଦାନ୍ତ ଆଲୁମିନିୟମ ଦ୍ୱାରା ପରିଚାଳିତ ଏହି ଅଭିଯାନ ଲୋକମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରାଇବ ଓ ସେମାନେ ସଠିକ ଭାବେ ହାତଧୂଆ କୌଶଳ ବିଷୟରେ ଜାଣିପାରିବେ ଓ ରୋଗ ସଂପର୍କରେ ସଚେତନ ହୋଇ ପାରିବେ ।

ବେଦାନ୍ତ ଝାରସୁଗୁଡ଼ା ଏହାର କାର୍ଯ୍ୟ ପରିସର ନିକଟବର୍ତୀ ଗ୍ରାମ ଗୁଡ଼ିକରେ ମୌଳିକ ସ୍ବାସ୍ଥ୍ୟ ସେବା ଓ ସଚେତନତା ଦିଗରେ କାର୍ଯ୍ୟ କରି ଆସୁଛି ଯଥା

• ମୋବାଇଲ ହେଲଥ ୟୁନିଟ ଜରିଆରେ ୨୮ଟି ଦୂରବର୍ତୀ ଗ୍ରାମରେ ପହଁଚି ସାସ୍ଥ୍ୟ ସେବା ସଚେତନା ପ୍ରଦାନ କରୁଛି ଯଦ୍ବାରା ୫୫୦୦୦ରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

ଝାରସୁଗୁଡ଼ା ପାଖ ଅଂଚଳର ଲୋକମାନଙ୍କ ପାଇଁ ବିଭିନ୍ନ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହେଉଛି ।

• ଏଚଆଇଭି/ଏଡସ ସହିତ ବିଭିନ୍ନ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

• ଏକ ଅତ୍ୟାଧୁନିକ ରୋଗ ପରୀକ୍ଷା ପାଇଁ ସୁବିଧାରେ ୫୦୦ରୁ ଅଧିକ ପରୀକ୍ଷା ଓ ରେଡିଓଲୋଜି, ଇସିଜି/ପିଏଫଟି/ ଟିଏମଟି ଇତ୍ୟାଦି ପରୀକ୍ଷା ସେବା ସୁବିଧା ରହିଛି ।

ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପରେ ବହୁତ ଗୁଡ଼ିଏ ପଦକ୍ଷେପ ଯଥା ଜୀବିକା ନିର୍ବାହ, ଗୁଣମାନର ଶିକ୍ଷା, ମହିଳା ସଶକ୍ତିକରଣ, ଜୈବ ବିକାଶ ଓ ଗୋଷ୍ଠୀ ଭିତିଭୂମି ନିର୍ମାଣ ପରି କାର୍ଯ୍ୟ ହାତକୁ ନିଆଯାଉଛି । ଏହା ଦ୍ବାରା ୭୯ଟି ଗ୍ରାମର ପ୍ରାୟ ୧.୭ ଲକ୍ଷ ଲୋକ ଉପକୃତ ହେଉଛନ୍ତି । କଂପାନି ଦ୍ବାରା ପ୍ରତିଷ୍ଠିତ ୩୦୦ ଏସଏଚଜି ଜରିଆରେ ୪୦୦୦ ମହିଳା ନିଜକୁ ସାଲମ୍ବୀ କରାଇଛନ୍ତି । ୩୨୦୦୦ରୁ ଅଧିକ ଲୋକ ବେଦାନ୍ତ ସାସ୍ଥ୍ୟ ସେବା ଲାଭ କରିବା ସହ ୬୪୦୦ରୁ ଅଧିକ ଛାତ୍ରମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଉଛି । ପରିବେଶର ସୁରକ୍ଷା ପାଇଁ ୧.୪୮ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଇଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୭୫ କ୍ୟାପଟିଭ ପାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍କେଲ୍‌ର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.