କେସିଙ୍ଗାଠାରେ କୁଲତା ସମାଜର ଭେଟଘାଟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ‘କୁଳତା ସମାଜ ଭେଟଘାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ନଗର କମିଟି ସଭାପତି ସୁନାସିର ଭୋଇ, ସମ୍ପାଦକ ଟିକେଶ୍ୱର ସାହୁ ଓ ଜିଲ୍ଲା ସଦସ୍ୟ ବିଜୟ କୁମାର ଭୋଇଙ୍କଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନିମନ୍ତ୍ରିତ ଅତିଥି ଭାବରେ କଳାହାଣ୍ଡି କୁଳତା ସମାଜ ସଭାପତି କେଶବ ଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ବିଜୟ କୁମାର ଭୋଇ, ଉପସଭାପତି ଅଶ୍ଵିନୀ କୁମାର ପଧାନ, ଜିଲ୍ଲା ସଦସ୍ୟ ଶରତ ଚନ୍ଦ୍ର ଭୋଇ, ପୃଥିରାଜ ଭୋଇ ଓ ଯଜ୍ଞସେନ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥି ବୃନ୍ଦଙ୍କ ସହ ସଂସ୍ଥାପକ ସଭ୍ୟ ଚିତ୍ତ ରଂଜନ ଭୋଇ, ସ୍ବରାଜ ପଧାନ, ମହିଳା ସଦସ୍ୟା ଅନୁପମା ଭୋଇ ପ୍ରମୁଖ କୁଳତା ସମାଜର ସର୍ବାଙ୍ଗୀନ ବିକାଶ, ପରମ୍ପରା, ନାରିଶିକ୍ଷା, ପିତା ମାତାଙ୍କ ସେବା, ପାରିବାରିକ ଶୃଙ୍ଖଳା ଇତ୍ୟାଦି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । କେସିଙ୍ଗା ନଗର କମିଟିର ବରିଷ୍ଠ ସଭ୍ୟ ଗୌର ଚନ୍ଦ୍ର ଭୋଇଙ୍କୁ ଉତ୍ତରୀୟ ସହ ସମ୍ମାନୀତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନାସୀର ଭୋଇ ଓ ସୁଜାତା ଭୋଇଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା । ସମସ୍ତ ସଭ୍ୟ ବିଶେଷ କରି କୁଞ୍ଜ ବିହାରି ସାହୁ ଓ ସିମାଞ୍ଚଳ ବୁଦ୍ଧିଆ ସହଯୋଗ କରିଥିବା ବେଳେ ସମସ୍ତ ସଭ୍ୟ ଓ ଅତିଥି ମାନଙ୍କୁ ସଭାପତି ସୁନାଶିର ଭୋଇ କୃତଜ୍ଞତା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.