କଣ୍ଢେଇ ମାଧ୍ୟମରେ ବିଜ୍ଞାନ ଶିକ୍ଷା ସମ୍ପର୍କିତ ପାଞ୍ଚ ଦିନିଆ ସାଧନକର୍ମୀ କର୍ମଶାଳା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: (ଲିଙ୍ଗରାଜ ମିଶ୍ର): କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନସ୍ଥ ରାଷ୍ଟ୍ରୀୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପରିଷଦ ନୂଆଦିଲ୍ଲୀ ସହାୟତାରେ କଣ୍ଢେଇ ମାଧ୍ୟମରେ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ସମ୍ପର୍କିତ ଏକ ପାଞ୍ଚ ଦିନିଆ ସାଧନକର୍ମୀ କର୍ମଶାଳା ଉଦଘାଟିତ ହୋଇଯାଇଛି। ସାମନ୍ତଚନ୍ଦ୍ରଶେଖର  ବିଜ୍ଞାନ କ୍ଲବ ସନ୍ତରାଗଡ଼ିଆ, ବାଲେଶ୍ୱର ଦ୍ୱାରା ଆୟୋଜିତ  ଏହି କର୍ମଶାଳାକୁ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି।
ଏନେଇ ଆୟୋଜିତ ସମାରୋହରେ ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ବବ୍ରୁବାହନ ପ୍ରଧାନ ଉପସ୍ଥିତ ଥିବାବେଳେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ସାଧନ କର୍ମୀ ବସନ୍ତ କୁମାର ସାହୁ ଓ ସାଧନ କର୍ମୀ ଅଜୟ କୁମାର ପଣ୍ଡା, ଶିବ ନାରାୟଣ ଭଟ୍ଟ ଏବଂ ଅରୁପ ରଞ୍ଜନ ମହାରଣା ଯୋଗଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ସମୀର କୁମାର ବେହେରା କାର୍ଯ୍ୟକ୍ରମର ଅଧ୍ୟକ୍ଷତା  କରିଥିଲେ।
 କଣ୍ଢେଇ ମାଧ୍ୟମରେ ଶିକ୍ଷା ଦାନ ଶିଶୁ ମାନଙ୍କ ପାଇଁ ଏକ ଆନନ୍ଦ ଦାୟକ ପରିବେଶ ସୃଷ୍ଟି କରେ ଏଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କଣ୍ଢେଇ ମାଧ୍ୟମରେ ଶିକ୍ଷା ଦାନ ନିମନ୍ତେ ସମସ୍ତ ପ୍ରତିଭାଗୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ଚୋପଦାର।
ବିଜ୍ଞାନ ସଂଯୋଜକ ଇଞ୍ଜିନିଅର ମିଳନ କୁମାର ରାଉଳ ସମସ୍ତ ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥି ବେଳେ ସାଧନ କର୍ମୀ ମାନଙ୍କ ଦ୍ୱାରା ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ କେସିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସେବକ ସେବିକା ସମ୍ପୂର୍ଣ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.