ଭବାନୀପାଟଣା ବ୍ଲକ ଯାଦବ ସମିତି ପକ୍ଷରୁ ଚହଗାଁରେ ସଚେତନତା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚହଗାଁ ବଜାର ପଡିଆଠାରେ ଭବାନୀପାଟଣା ବ୍ଲକ ଯାଦବ ସମିତି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ ଗହୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଦୁଲ୍ଲଭ ମାହାର ଯୋଗଦେଇ ଯାଦବ ଜନଗଣନାର ଋପରେଖ ଉପରେ ଆଲୋକପାତ କରିବାସହ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈଠକରେ ଯାଦବ ଜନଗଣନା ସହ ସମାଜର ଉନ୍ନତି ପାଇଁ ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଆସନ୍ତା ଜାନୁୟାରୀ ୧୫ରେ ସଦର ବ୍ଲକର ଅଭ୍ୟର୍ଥନା କମିଟି ଗଠନ ପାଇଁ ଏକ ସ୍ବତନ୍ତ୍ର ସଭା ଆୟୋଜିତ ହେବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯାଦବ ଜନଗଣନାକୁ ସଫଳ କରିବା ପାଇଁ ଭବାନୀପାଟଣା ବ୍ଲକର ସମସ୍ତ ଯାଦବମାନଙ୍କୁ ଏହି ସଭା ମାଧ୍ଯମରେ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ଏହି ବୈଠକରେ ସମସ୍ତ ଆଞ୍ଚଳିକ କମିଟିର ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଯୁଗ୍ମ ସମ୍ପାଦକ କିର୍ତ୍ତି ଗଉଡ ସଭା ସଂଯୋଜନା କରିଥିବାବେଳେ ଶେଷରେ ବ୍ଲକ ଯୁବ ଯାଦବ ମହାସଭାର ସଂପାଦକ ଧନଞ୍ଜୟ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କୃଷ୍ଣ ବିଶି, ହାତୀରାମ ଯୁଆଡ, ରତୁରାମ ବାଗ, ଗିରିଧାରୀ ଗହୀର ପ୍ରମୁଖ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.