ଭଇଁରିପାଲିରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଭଇଁରିପାଲି ସରପଞ୍ଚ ଭାନୁମତି ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୈାନ୍ତିଆ ଲକ୍ଷ୍ମୀ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସରପଞ୍ଚ କୁଞ୍ଜବିହାରୀ ରାଉତ, ପୂର୍ବତନ ସମିତି ସଭ୍ୟା ଉଷା ପୁଞ୍ଜି, ମନୋଜ ପାତ୍ର, ପଇତନ ଦିଶାରୀ, ସମିତି ସଭ୍ୟା ପ୍ରତିନିଧି ଜିତେନ୍ଦ୍ର ମାଝୀ, ଓଡ଼ିଆ ବାର୍ତ୍ତା ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜି ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ କନକ ନିଉଜ ପ୍ରତିନିଧି ଶରତ ଚନ୍ଦ୍ର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କଳାହାଣ୍ଡିର କଳା ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସର୍ବ ପ୍ରଥମେ ମଶାଲ ଶୋଭାଯାତ୍ରା ବାହାରି ଭଇଁରି ପାଲି ଗ୍ରାମ ପରିକ୍ରମା କରି ସଭାସ୍ଥଳକୁ ନିଆଯାଇଥିଲା ଏହା ପରେ ପ୍ରଦିପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଉତ୍ସବରେ ବିଭିନ୍ନ ଖେଳ ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ମାଝୀ ସଭା ପରିଚାଳନା କରିଥିବା ବେଳେ ଗ୍ରାମ ରୋଜଗାର ସେବକ ମନୋଜ ରାଉତ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଶେଷରେ କୃତି ପ୍ରତିଯୋଗି ମାନଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ବିତରଣ ମୁଖ୍ୟ ଅତିଥି ଙ୍କ ଦ୍ଵାରା କରାଯାଇଥିଲା। ନାଏବ ସରପଞ୍ଚ, ଓ୍ୟାର୍ଡ ସଭ୍ୟ ସଭ୍ୟା ମଞ୍ଚାସୀନ ରହିଥିବା ବେଳେ ଗ୍ରାମ ପଞ୍ଚାୟତର ଜନସାଧାରଣ ଏହି ଉତ୍ସବରେ ସହଯୋଗ କରିଥିଲେ। ପରିଶେଷରେ ସରପଞ୍ଚ ଭାନୁମତି ବେମାଲ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ସାଫଳ୍ୟ ମଣ୍ଡିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.