ପଣ୍ଡରା ଭିମାଙ୍କ ବାଲିଯାତ୍ରା ପାଇଁ ଶୁଭଖମ୍ଭ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବଡପୋଡାଗୁଡା ଗ୍ରାମରେ ଦିର୍ଘ ୩୧ବର୍ଷ ପରେ ଚଳିତ ବର୍ଷ ଗ୍ରାମ୍ୟ ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଣ୍ଡରା ଭିମାଙ୍କ ବାଲିଯାତ୍ରା ପାଳନ ହେବାକୁ ଯାଉଛି । ଏଥିପାଇଁ ବୁଧବାର ଶୁଭଖମ୍ଭ ସ୍ଥାପନ ହୋଇଥିବାବେଳେ ବାଲିଘର ପାଇଁ ପୁଜା କାର୍ଯ୍ୟ କରାଯାଇଛି । ବାଳିଯାତ୍ରା ଆରମ୍ଭ କରିବା ପୁର୍ବରୁ ଆସନ୍ତା ୧୨ ତାରିଖରେ ଗାଁ ଶିଦ୍ଧି ନିମନ୍ତେ ଦେବାଦେବୀଙ୍କୁ ଆମନ୍ତ୍ରଣ କରିବା ପାଇଁ ଗାଁରେ ଗୁରୁମେ ପହଞ୍ଚିବା କାର୍ଯ୍ୟକ୍ରମ ରହିଥିବାବେଳେ ବିଦ୍ଧିବଧ ଭାବେ ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ଶୁଭଖମ୍ଭ ସ୍ଥାପନ ସମୟରେ ବାଲିଯାତ୍ରା କମିଟିର ସଭାପତି ଘନଶ୍ୟାମ ବେମାଲ, ସମ୍ପାଦକ ରୁତୁରାଜ ପ୍ରଧାନୀ, ଉପ ସଭାପତି ତୁଲାରାମ ନାଏକ, କୋଷାଧ୍ୟକ୍ଷ ହେମରାଜ ବେମାଲ, ଉପଦେଷ୍ଟା କମିଟିର ମନୋଜ କୁମାର ଦାସ, ଇଶ୍ଵର ହଂସ, ଟଙ୍କଧର ପୁଝାରୀ, ବଲସିଂ ଧଙ୍ଗଡାମାଝୀ, କ୍ଷିତ ମାଝୀ, ସନ୍ତୋଷ ଦାସ, ମନ୍ମଥ ଦାସ, ଧର୍ମୁ ଦୁର୍ଗା, ଭୋଦେବ ପୁଝାରୀ ସହିତ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.