ନର୍ଲା ପେକ୍ସରେ ଋଣ ମେଳା 

ବିନା ସୁଧାରେ ଋଣ ଚାଷୀଙ୍କ ଆର୍ଥିକ ବିକାଶରେ ସହାୟକ ହେବ -ମଧୁସୂଦନ ମେହେର, ଏଆରସିଏସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟର ସମବାୟ ସମିତି ଗୁଡିକରେ ଚାଷୀଙ୍କୁ ନେଇ ଋଣ ମେଳା କାର୍ଯ୍ୟକ୍ରମ ସବୁ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ସମବାୟ ସମିତିର ଗୋଦାମ ଗୃହ ପରିସରରେ ରବିବାର ଦିବା ୧୦ ଘଣ୍ଟା ସମୟରେ ଋଣ ମେଳା କାର୍ଯ୍ୟକ୍ରମ ନର୍ଲା ପେକ୍ସର ସଭାନେତ୍ରୀ ମଞ୍ଜୁଲତା ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ସମବାୟ ସମିତି ଭବାନୀପାଟଣା ମଣ୍ଡଳର ସହକାରୀ ନିବନ୍ଧକ ମଧୁସୂଦନ ମେହେର ଯୋଗଦାନ କରି ମେଳାଟିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଉପ ସଭାପତି ଅଭୟ କୁମାର ଚାନ୍ଦ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ସମିତି ସଦସ୍ୟା ଅବନ୍ତିକା ଦଳେଇ, ସର୍ଗିଗୁଡା ସମିତି ସଦସ୍ୟ ତଥା ନର୍ଲା ଡ଼ାଇରେକ୍ଟର ଚିରଞ୍ଜିବି ଗୌଡ଼ିଆ, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ନର୍ଲା ସମବାୟ ବ୍ୟାଙ୍କର ସହକାରୀ ମ୍ୟାନେଜର ହିତେଶ କୁମାର ଭୋଇ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅତିଥି ବୃନ୍ଦ ମହାଲକ୍ଷ୍ମୀ ଫଟୋ ଚିତ୍ରରେ ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଜାର୍ଚ୍ଚନା କରିବା ପରେ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ନର୍ଲା ସମବାୟ ସମିତି ତରଫରୁ ସଭାନେତ୍ରୀ ଶ୍ରୀମତୀ ଗୌଡ଼ ଓ ସମ୍ପାଦକ ଲବକାନ୍ତ ସା ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢଉକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମେ ସଭାନେତ୍ରୀ ମଞ୍ଜୁଲତା ଗୌଡ଼ ସ୍ୱଗାତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶ୍ରୀ ସା ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମେହେର ଋଣ ମେଳାର ଉଦ୍ଦେଶ୍ୟ ଓ ସରକାରଙ୍କ ଚାଷୀଙ୍କ ଉନ୍ନତି ପାଇଁ ସମବାୟ ସମିତି ଜରିଆରେ ରହିଥିବା ବିନା ସୁଧରେ ଋଣ ଯୋଜନା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ନୂତନ ଭାବରେ ନର୍ଲା ସମବାୟ ସମିତିର ସଂପାଦକ ଭାବରେ ଦାଇତ୍ୱ ନେଇ ସୁପରିଚାଳନା କରୁଥିବା ସମ୍ପାଦକ ଲବକାନ୍ତ ସା ଓ ବିନା ପାରିଶ୍ରମିକରେ ଦୀର୍ଘ ୧୦ ବର୍ଷ ଧରି ନର୍ଲା ସମବାୟ ସମିତିରେ କାମକରି ଆସୁଥିବା ନର୍ଲା ଡ଼ାଇରେକ୍ଟର ଧନୁର୍ଦ୍ଧର ସେନାପତିଙ୍କୁ ଉପଢଉକନ ଦେଇ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ ।

Udyog Nursery
Udyogi Nursery

ମେଳାରେ ବରିଷ୍ଠ ଚାଷୀ ମାନଙ୍କ ମଧ୍ୟରେ ସର୍ଗିଗୁଡାର କୁମୁଦଚନ୍ଦ୍ର ନାଏକ, କିଶୋର ଚନ୍ଦ୍ର ନାଏକ, ଦହଲର ରେବାନନ୍ଦ ପଧାନ, ନର୍ଲାର ନରସିଂହ ନାଏକ, ମାଣ୍ଡେଲର ପରିମଳ ବାରିକ, ବାଂକେଲର କୃଷ୍ଣଚନ୍ଦ୍ର ସାହୁ, ଘଣ୍ଟମାଲର ମା ମଙ୍ଗଳା ଓ ଇନ୍ଦିରା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ । ସମ୍ପାଦକ ଲବକାନ୍ତ ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ାଇରେକ୍ଟର ଚିରଞ୍ଜିବି ଗୌଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.