ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବାହାନାଗାଠାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀମାନଙ୍କ ପାଇଁ ବୁଧବାର କୋକସରା ବ୍ଲକ ପେନସନଗ୍ରାହୀ ସଂଘ ପକ୍ଷରୁ ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ଏକ ଶୋକସଭା ଆୟୋଜିତ ହୋଇଛି। ଗୁଣନିଧି ବାଗଙ୍କ ସଭାପତିତ୍ୱରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା ଉଦ୍ଦେଶ୍ୟରେ ସଙ୍ଘର ସଦସ୍ୟ ମାନେ ୧ ମିନିଟ ନିରବ ପ୍ରାର୍ଥନା କରିବା ସହ ଶୋକ ସଭା ଆୟୋଜନ କରିଥିଲେ। ଏହାସହ ସଂଘର କର୍ମକର୍ତ୍ତାମାନେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କ ଆଶୁ ଆରୋଗ୍ୟ ପ୍ରାର୍ଥନା କରିଥିଲେ। ଏଥିରେ ସଙ୍ଘର ମିନୀକେତନ ପ୍ରଧାନୀ, ବୁଟୁନାଥ ସରାବୁ, କେଶବ ଚନ୍ଦ୍ର ନାଏକ, ଜଗବନ୍ଧୁ ମାଝୀ, ମୁକ୍ତେ ପଟ୍ଟନାୟକ, ଜୟଲାଲ ନାଏକ, ଅଶୋକ ମାଝୀ, ଦେବାନନ୍ଦ ରାଉତ ପ୍ରମୁଖ ସମେତ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।