ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ଦିବସ

ଲୋକ ଉତ୍ସବ ଜିଲ୍ଲାର ସାମଗ୍ରିକ ପ୍ରଗତିର ବଳିଷ୍ଠ ମାଧ୍ୟମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ଓ ପର୍ଯ୍ୟଟନର ପ୍ରାଣ କେନ୍ଦ୍ର। ଆମ ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ ଖୁବ୍ ନିଆରା ବୋଲି ଅତିଥି ମାନେ ମତବ୍ୟକ୍ତ କରି ଲୋକ ମହୋତ୍ସବ ଜିଲ୍ଲାର ସାମଗ୍ରିକ ପ୍ରଗତିର ଏକ ବଳିଷ୍ଠ ମାଧ୍ୟମ ବୋଲି ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ନିଜର ସାଂସ୍କୃତିକ ଅଭିଭାଷଣରେ କହିଛନ୍ତି। ମହୋତ୍ସବର ତୃତୀୟ ଦିବସରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଲୋକ ମହୋତ୍ସବର ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁପାର ଠେଲା, ସୋନପୁର ମ୍ୟୁନିସିପାଲଟି ଅଧ୍ୟକ୍ଷ ତାମସୀ ତାମସ୍ମିତା ନାଏକ, ସୋନପୁର ବ୍ଲକ ଚ୍ୟାୟାରମ୍ୟାନ ପ୍ରହଲ୍ଲାଦ ନାୟକ, ତରଭା ବ୍ଲକ ଚ୍ୟାୟାରମ୍ୟାନ ସରୋଜ କମ୍ପ, ବିନିକା ବ୍ଲକ ଚ୍ୟାୟାରମ୍ୟାନ ଦିପ୍ତିରେଖା ନନ୍ଦ, ଡୁଙ୍ଗୁରିପାଲି ବ୍ଲକ ଚ୍ୟାୟାରମ୍ୟାନ ଅହଲ୍ୟା ସାହୁ, ଉଲୁଣ୍ଡା ବ୍ଲକ ଚ୍ୟାୟାରମ୍ୟାନ ଶାନ୍ତିଲତା ମିଶ୍ର, ବୀରମାହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଯୋଗ ଦେଇଥିଲେ। କଳାକାର ପ୍ରଦ୍ୟୁମ୍ନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସୌରଭ ରଞ୍ଜନ ଖମାରି ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମର ବୀହୁ, ପଞ୍ଜାବର ଭାଙ୍ଗଡା, ମଥୁରାର ମୟୁରୀ, କୋରାପୁଟ, ଫୁଲବାଣୀର କଳାକାର ଉଚ୍ଚ କୋଟିର ନାଚ ଗୀତ ଓ କଳା ପ୍ରଦର୍ଶନ କରିଥିଲେ। ଯାହାକି ଦର୍ଶକ ମାନେ ମନ ଭରି ଉପଭୋଗ୍ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.