ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କଲେ ବିଭିନ୍ନ ଅନୁଷ୍ଠାନ

କଳାହାଣ୍ଡି/କୋକସରା/ଧର୍ମଗଡ, ୩୦/୫ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ କରୋନା ଯୁଦ୍ଧା ମାନଙ୍କୁ ସମ୍ମାନ ଜଣେଇବା ଉଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ସାମୁହିକ ଗାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ କର୍ଲ।ମୁଣ୍ଡା ଶାନ୍ତିନଗର ପଡା ଠାରେ ବ୍ଲକ ବିଜେଡି ପକ୍ଷରୁ ସ୍ଵର୍ଣ୍ଣମୟୀ ସ୍ୱଂୟ ସହାୟକ ଗୋଷ୍ଠୀ ସହଯୋଗ ରେ , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ବିରଞ୍ଚି ରଣା, ଘିନୁ ସାହୁଙ୍କ ନେତୃତ୍ୱରେ କାର୍ଯ୍ୟ କ୍ରମ ଆୟୋଜନ ହୋଇଥିବା ବେଳେ କାର୍ଲମୁଣ୍ଡା ଫାଣ୍ଡି ଏସ ଆଇ ଅଧିସ ଚନ୍ଦ୍ର ବିଶ୍ୱାସ, ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ବାସନ୍ତୀ ସେଠୀ, ଜୋରାଡବରା ସମବାୟ ସମିତି ଦେବରାଜ ରଣାନେତୃତ୍ୱରେ ତଥା ବ୍ଲକ କାର୍ଯ୍ୟାଳୟ ,ସମସ୍ତ ଗ୍ରାମପଞ୍ଚାୟତ, ସମସ୍ତ ଆର.ଆଇ ଅଫିସରେ ନେତୃତ୍ୱରେ ଓ କର୍ଲାମୁଣ୍ଡା ଦମକଳ କାର୍ଯ୍ୟଲୟ ପ୍ରଭୃତିରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନ କ୍ରମେ କରୋନା ଯୋଦ୍ଧାଙ୍କ ସମ୍ମାର୍ଥେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଅପରାହ୍ନ ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଗାନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୋକସରା :

କରୋନା ଯୋଦ୍ଧାଙ୍କୁ ସଂମ୍ମାନ ଜଣାଇବା ପାଇଁ ଏକାଠି ହୋଇଛନ୍ତି ସବୁ ଓଡ଼ିଆ । କରୋନା ଯୋଦ୍ଧାଙ୍କୁ ସଂମ୍ମାନ ଓ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ସାରା ଓଡିଶାରେ ଗୁଞ୍ଜରିତ ହୋଇଛି ବନ୍ଦେ ଉତ୍କଳ ସଂଗୀତ ।

Udyog Nursery
Udyogi Nursery

ସେହିପରି ଯେଉଁମାନେ ରାଜ୍ୟର ଘଡିସନ୍ଧି ମୁହୂର୍ତ୍ତରେ ଦିନରାତି ନିଜ ପରିବାର କୁ ଭୁଲି ସେବା କରି ନିଜର ଏକାଗ୍ରତା ଦେଖାଇଛନ୍ତି ତାଙ୍କ ଉଦ୍ଧେଶ୍ୟରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା କୋକସରା ବ୍ଲକ ରେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମେତ ପ୍ରବାସୀ ଶ୍ରମିକ ମାନେ ରହିଥିବା ସଂଗରୋଧ ଶିବିର ରେ ମଧ୍ୟ ପ୍ରବାସୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ, କୋକସରା ବିଜେଡି କାର୍ଯଲୟ ରେ ବିଧାୟକ ମୌସଧି ବାଗ, ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅଧିକାରୀ ତତ୍ୱଦର୍ଶୀ ଦାସ, ଲଡ଼ୁଗାଁ ସରପଞ୍ଚ କହେଁଇଚରଣ ଦାସ, ଚିକିଲି ସଙ୍ଗରୋଧ କେନ୍ଦ୍ର, କୋଉଡଲା ସଙ୍ଗରୋଧ କେନ୍ଦ୍ର ରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି ଏହା ବ୍ୟତୀତ ଜନ ସାଧାରଣ ମଧ୍ୟ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ।

ଧର୍ମଗଡ଼ :

ସେହିପରି ଭାବେ ଧର୍ମଗଡ଼ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ  ଉତ୍ସାହିତକରିବାସହ ଓ ସମ୍ମାନ ପ୍ରଦର୍ଶନ କରାଯାଇଛି । ଧର୍ମଗଡ଼ ସହରର ଚାରିଛକ, ବିଜୁ ଜନତା ଦଳ କାର୍ଯ୍ୟାଳୟ, ଏସଟି ସ୍କୁଲ୍ ଛକ୍, ତିନି ଛକ ଓ ମା ଭଣ୍ଡାର ଘରଣୀ ମନ୍ଦିର ନିକଟରେ ସାମୁହିକ ଭାବରେ ସାମାଜିକ ଦୂରତା ରକ୍ଷା କରି ରାଜ୍ୟ ସଙ୍ଗୀତ ଗାନ କରାଯାଇଛି ।‌

ଧର୍ମଗଡ଼ ଥାନା ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ସହ କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ‌ ଓ ଧର୍ମଗଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.