ସଫେଇ କର୍ମଚାରୀଙ୍କ ସ୍ୱାବ ରିପୋର୍ଟ ନ ଆସିବାରୁ ଏନ୍ଏଚ୍ ୩୫୩ କୁ କଲେ ଅବରୋଧ

ନୂଆପଡା,୩୦/୫ : କେନ୍ଦ୍ର ତଥା ରାଜ୍ୟ ସରକାର ମହାମାରୀ କରୋନା ଯୁଦ୍ଧ ରେ ଯୋଦ୍ଧା ସାଜି ଥିବା ଡାକ୍ତର, ପୋଲିସ, ସରକାରୀ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ ଦେବା କଥା ସବୁ ବେଲେ କହି ଆସୁଛନ୍ତି । ଆଜି ସମଗ୍ର ଓଡିଶା ବାସି ଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଙ୍କ ସମ୍ମାନ ଦିଗରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । ତେବେ ଏହି ବିପଦ ସମୟରେ ଏହି କରୋନା ଯୋଦ୍ଧା ଙ୍କ କାର୍ଯ୍ୟନିଷ୍ଠା କୁ ଦେଖି ବହୁତ ଗର୍ବ ମଧ୍ୟ ଅନୁଭବ ହୁଏ‌। କିନ୍ତୁ ସେମାନେ ମଧ୍ୟ ତାଙ୍କ ପରିବାର ଠୁ ଦୁରେଇ ରହି ଦେଶ ତଥା ରାଜ୍ୟର ସମସ୍ତ ଜନସାଧାରଣ ଙ୍କ ପାଇଁ ଲଢ଼ୁଛନ୍ତି । ନୂଆପଡା ସଦର ଏନଏସି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ଏନଏସି ଅନ୍ତର୍ଗତ ସମସ୍ତ ଟିଏମସି ରେ ସଫେଇ କାର୍ଯ୍ୟ କରୁଛନ୍ତି । ତେବେ ଏହି ସମସ୍ତ ଟିଏମସିରୁ ବର୍ତମାନ ପର୍ଯ୍ୟନ୍ତ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସଫେଇ କର୍ମଚାରୀ ମାନେ ଆଉ ନିଜ ଘର କୁ ଯାଉ ନାହାନ୍ତି‌ । ସେମାନଙ୍କ ସ୍ୱାବ କଲେକ୍ସନ ମଧ୍ୟ କରା ସରିଛି । କିନ୍ତୁ ଆଜିକୁ ପ୍ରାୟ ୭ ଦିନ ହେବ ରିପୋର୍ଟ ଆସି ନାହିଁ । ଯାହା ଫଳ ରେ ସେମାନେ ୭ ଦିନ ହେଲାଣି ରହିବ ଓ ଖାଇବା ରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିଜ ପରିବାର ରୁ ଅଲଗା ରହି କାର୍ଯ୍ୟ କରୁଛନ୍ତି‌। ତେବେ ଏ ନେଇ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଭେଟି ତାଙ୍କ ସ୍ୱାବ ର ରିପୋର୍ଟ ଜାଣିବା ପାଇଁ ପଚାରି ବୁଝି ଥିଲେ । କିନ୍ତୁ ରିପୋର୍ଟ ନ ଆସିବାରୁ ଆଜି ସେମାନେ ଜାତୀୟ ରାଜପଥ କୁ ସ୍ଥାନୀୟ ଏକତା ଛକ ଠାରେ ପ୍ରାୟ ୧ ଘଣ୍ଟା ପାଇଁ ଅବରୋଧ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ରୁ ଏମ.ପି. ଏଚ.ଏସ ଶ୍ରୀ ମଧୁ ସୁଦନ ହୋତା ଓ ଏ.ଡି.ପି.ଏଚ.ଓ, ଭି.ଭି.ଡି ଡ଼ ଗୋପାଳ ଚନ୍ଦ୍ର ମଲ୍ଲିକ ସେଠାକୁ ଯାଇ ଉକ୍ତ ସଫେଇ କର୍ମଚାରୀ ମାନଙ୍କୁ ବୁଝା ସୁଝା କରିଥିଲେ ଓ ଆସନ୍ତା କାଲି ସୁଦ୍ଧା ତାଙ୍କ ରିପୋର୍ଟ ଆସି ଯିବା ବୋଲି ପ୍ରତିଶୃତି ଦେବା ପରେ ସଫେଇ କର୍ମଚାରୀ ମାନେ ରାସ୍ତା ଅବରୋଧ ରୁ ଓହରି ଯାଇଥିଲେ । ତେବେ ଏଭଳି ସମସ୍ୟା କିପରି ଆଗକୁ ଆହୁରି ନ ହେବ ଓ ସମସ୍ତ କରୋନା ଯୋଦ୍ଧା ଙ୍କ ସ୍ୱାବ ଟେଷ୍ଟ ଶୀଘ୍ର ରୁ ଶୀଘ୍ର କଲେକ୍ସନ କରାଯିବ ଓ ଟେଷ୍ଟ ରିପୋର୍ଟ ବାହାର କରାଯିବ ସେଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଉଚିତ ବୋଲି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery
ନୂଆପଡା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.