ଲାଞ୍ଜିଗଡ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜନ ହୋଇଯାଇଛି। ପ୍ରଶାସନକୁ ହାତ ପାଆନ୍ତାରେ ପାଇ ଶତାଧିକ ଲୋକେ ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଉଥିବା ଦେଖିବାକୁ ମିଳିଥିଲା ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ ଅଧ୍ୟକ୍ଷତା କରିଥିବାବେଳେ ଲାଞ୍ଜିଗଡ ଏଡିସନାଲ ତହସିଲଦାର ମନୋଜ ପାଣିଗ୍ରାହୀ, ଏବିଡିଓ ବିଭୁତିଭୂଷଣ ଶତପଥି, ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ, ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀ ପଙ୍କଜ କୁମାର ବଳିୟାରସିଂହ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଦଶମତ ମାଝୀ, ପିଏ ଶଙ୍କର ପ୍ରସାଦ ସାହୁ, ଓଡିଶା ଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସଞ୍ଜୀବ କହଁର, ବ୍ଲକ ସାମାଜିକ ସଂପ୍ରସାରଣ ବିଭାଗର ପିତବାସ ସାହୁ, ଲାଞ୍ଜିଗଡ ସିଆର୍‌ସିସି ଏମ୍‌. ସୁନ୍ଦରଶେଖର, ଲାଞ୍ଜିଗଡ ରାଜସ୍ୱ ନିରୀକ୍ଷକ ରସିକ ଶବର ପ୍ରମୁଖ ଯୋଗ ଦେଇଥିଲେ ।


ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରମେଶ୍ୱର ସେନାପତି, ଯୋଗାଣ ସହାୟକ ରାଜେନ୍ଦ୍ର ମହାକୁଡ ଓ ଗ୍ରାମ ରୋଜଗାର ସେବକ ମନୋଜ କୁମାର ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ୩୩୯ଜଣ ଲୋକେ ସାମିଲ ହୋଇ ନିଜ ନିଜର ଅଭିଯୋଗ ପ୍ରଶାସନ ନିକଟରେ ଉତ୍‌ଥାପନ କରିବା ଦେଖିବାକୁ ମିଳିଥିଲା ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.