ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ଈଶାଣୀବ୍ରହ୍ମପୁର ପଞ୍ଚାୟତର ମା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆର ଏମ ନିୟୁଜ ଓ ଜେ ନିଯୁଜ ଚ୍ୟାନେଲର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ ଗ୍ରାମର ମହିଳାମାନଙ୍କୁ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆର ଏମ ନିୟୁଜ ସମ୍ପାଦକ ଜଗନ୍ନାଥ ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠୀ, ଜଗଦୀଶ ରାଉତ, ଦେବବ୍ରତ ସାହୁ, ରାଜେଶ ମହାରଣା, ନିରଞ୍ଜନ ପଣ୍ଡା, କେଶବ ବେହେରା, ଶୁଭସ୍ମିତା ଦାଶ,ବିଶ୍ୱଜିତ ସାମଲ, ଦିବ୍ୟସାଇ ହୋତା ପ୍ରମୁଖଙ୍କ ସହଯୋଗରେ ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ସଫଳଭାବେ ଆୟୋଜନ କରାଯାଇଥିଲା। ଏଥିରେ ଶିକ୍ଷାବିତ ଶ୍ରୀଯୁକ୍ତ ଧରଣୀଧର ସେଠୀ, ଶ୍ରୀଯୁକ୍ତ ବାବାଜୀ ଚରଣ ସାହୁ, ଅଧ୍ୟାପକ ଶ୍ରୀଯୁକ୍ତ ରବି ଆଚାର୍ଯ୍ୟ, ସଫଳ ମହିଳା ଉଦ୍ୟାଗୀ ମାନସୀ ଓଝା, କବି ନିରୁପମା ରାଉତ ମହିଳାମାନଙ୍କୁ ବିଭିନ୍ନ ବୃକ୍ଷ ବଣ୍ଟନ କରିଥିଲେ।





