ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗରେ ବିଜେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତିରେ ବିଜେପୁରଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ରାଜେନ୍ଦ୍ର ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ, ଦେବାଗିର ନାଏକ, ରଂଜିତ ନାଏକ, ନିରାକାର ବାଗ, ଡମେ ମାଝୀ, ଟେକୁରାମ ପାଣି, ରମେଶ କରୁଆଁ, ଜଗତ ନାଏକ, ଦେବେନ୍ଦ୍ର ମାଝୀ, ଇନ୍ଦ୍ର ମାଝୀ, ଅର୍ଜୁନ ନାଏକ, ବଲବ ମାଝୀ, ଉଦ୍ଧବ ନାଏକଙ୍କ ସମେତ ଜନସାଧାରଣ, ରାଜନୈତିକ କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ। ସମସ୍ତେ ସ୍ୱର୍ଗତ ଶିବାଜୀ ମାଝୀଙ୍କ ଫଟୋଚିତ୍ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବକ୍ତାମାନେ ତାଙ୍କର ସରଳ, ମିଶୁକ ସ୍ୱଭାବ ଏବଂ ଜନସେବାକୁ ସ୍ମରଣ କରିଥିଲେ। ସେ ସାଧାରଣ ଲୋକଙ୍କ ସୁଖଦୁଃଖର ସାଥୀ ଥିଲେ ବୋଲି କୁହାଯାଇଥିଲା। ଶେଷରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ତାଙ୍କ ଭଳି ଜନପ୍ରତିନିଧିଙ୍କ ବିୟୋଗ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ଲୋକେ ମତ ଦେଇଥିଲେ।





