ଆରଜେଡି-ଜେଡିୟୁ ମେଣ୍ଟ ପାଣି ଏବଂ ତେଲ ଭଳି -ଅମିତ ଶାହ

ଓଡ଼ିଆ ବାର୍ତ୍ତା/ ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  ବିହାରର ପଶ୍ଚିମ ଚମ୍ପାରନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଶ ରଖିଛନ୍ତି। ଯାହା ତାଙ୍କୁ ଭବିଷ୍ୟତରେ ବୁଡାଇବ। ସେହିପରି ବିହାରରେ ଜେଡିୟୁ-ଆରଜେଡିର ମେଣ୍ଟ ପାଣି ଓ ତେଲ ଭଳି। ଯାହାକୁ ଲୋକେ ଠିକ୍ ଭାବେ ହୃଦବୋଧ କରିଛନ୍ତି ବୋଲି ଶାହ କହିଛନ୍ତି। ଅମିତ ଶାହ କହିଛନ୍ତି, ନୀତୀଶ ପ୍ରଧାନମନ୍ତ୍ରୀ ହେବା ପାଇଁ ଏକ ସୁଯୋଗ ଖୋଜୁଥିବା ବ୍ୟକ୍ତି। ତେଣୁ ସେ ଏବେ କଂଗ୍ରେସ ଏବଂ ଆରଜେଡିର ଆଶ୍ରୟ ନେଇଛନ୍ତି। ନୀତୀଶ କୁମାର ପ୍ରତି ୩ ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି। ଏହା ଲୋକମାନେ ଜାଣନ୍ତି। ଯେଉଁ କଂଗ୍ରେସ ବିରୋଧରେ ଜୟ ପ୍ରକାଶ ନାରାୟଣ ଆଜି ପର୍ଯ୍ୟନ୍ତ ଲଢେଇ କରୁଥିଲେ ସେହି ଦଳ ସହିତ ନୀତୀଶ ହାତମେଳିଇଲେ ସରକାର ଗଢିବାକୁ। ସେହିପରି ଯେଉଁ ଜଙ୍ଗଲ ରାଜକୁ ଶେଷ କରିବାକୁ ନୀତୀଶ କୁମାର ବିଜେପି ସହିତ ମିଶି ଏନଡିଏ ସରକାର ଗଢିଲେ ସେହି ନୀତୀଶ କୁମାର ଏବେ ପ୍ରଧାନମନ୍ତ୍ରୀ ହେବାର ଆଶା ରଖି ଜଙ୍ଗଲ ରାଜର ଆବାହକ ଲାଲୁ ପ୍ରସାଦଙ୍କ କୋଳରେ ବସିଛନ୍ତି। ନୀତୀଶ କୁମାର ଅନେକ ବର୍ଷ ଧରି ‘ଆୟା ରାମ ଗୟା ରାମ’ କରିଛନ୍ତି। ଏବେ ସେମାନଙ୍କ ପାଇଁ ବିଜେପିର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ବିହାରବାସୀ ଦଳ ବଦଳ କରୁଥିବା ନେତାଙ୍କୁ ପାନେ ଦେବା ଦରକାର। ଜେଡିୟୁ ଓ ଆରଜେଡିଙ୍କ ଭଳି ଅପବିତ୍ର ମେଣ୍ଟ ପାଣିରେ ତେଲ ମିଶିବା ଭଳି। ଏବେ ଅପହରଣ, ଡକାୟତି, ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି ବୋଲି ଶାହ କହିଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନୀତିଶ କୁମାର ପ୍ରତିଶ୍ରୁତି ଦେଇଛନ୍ତି। ସେ କେବେ ମୁଖ୍ୟମନ୍ତ୍ରୀ ହେବେ ଏବଂ ନୀତୀଶ ବିହାରରେ ‘ଜଙ୍ଗଲ ରାଜ’ ଫେରାଇ ଆଣିବେ ତାହା ସେ କହିବା ଦରକାର ବୋଲି ଅମିତ ଶାହ କହିଛନ୍ତି। ଯଦି ନୀତୀଶ କୁମାରଙ୍କର ସାହସ ଅଛି, ତେବେ ବିହାରବାସୀଙ୍କ ସାମ୍ନାରେ କଂଗ୍ରେସ ଏବଂ ଆରଜେଡିର ହିସାବ ଦେବା ଦରକାର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.