ଆକାଂକ୍ଷା ୨୦୨୩ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ ୧ ଗ୍ରେଡ ପାଇବାପାଇଁ ପରିକଳ୍ପିତ କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ “ଆକାଂକ୍ଷା – ୨୦୨୩” ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ କୈବଲ୍ୟ ଏଜୁକେସନଙ୍କ ତରଫରୁ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ପୌରହିତ୍ୟ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଟି ବ୍ଲକର ୫୧ ଜଣ ମେଧାବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସୂଚନା ଥାଉ କି ପ୍ରତ୍ୟେକ ବ୍ଲକରୁ ଉକ୍ତ ଛାତ୍ରଛାତ୍ରୀ ମାନେ ଲିଖିତ ପରୀକ୍ଷା ଦେଇ ପୂର୍ବରୁ ଚୟନ ହୋଇଥିଲେ। ସେମାନଙ୍କୁ ଆଭାସୀ ଶିକ୍ଷା ଗ୍ରହଣ ମାଧ୍ୟମରେ ଗତ ଦୁଇମାସ ଧରି ଜିଲ୍ଲା ସ୍ତରୀୟ ବିଷୟଗତ ସାଧନ କର୍ମୀଙ୍କ ଦ୍ବାରା ଶିକ୍ଷା ପ୍ରଦାନ କରାଯାଉଛି। ସମ୍ମାନିତ ଅତିଥି ଭାବେ କୈବଲ୍ୟ ଫାଉଣ୍ଡେସନର ଜିଲ୍ଲା ପରିଚାଳକ ଶାଶ୍ୱତ ପଣ୍ଡା ଯୋଗ ଦେଇଥିଲେ। କର୍ମଶାଳାରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସ୍ବାଗତ ଭାଷଣ ଦେଇଥିବା ବେଳେ ବୋର୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରକାଶ ନିଶଙ୍କ ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀଙ୍କ ଚାପ ମୁକ୍ତ ଜୀବନ ଯାପନ ଏବଂ ସମୟ ପରିଚାଳନା ଉପରେ ମତବ୍ୟକ୍ତ କରିଥିବା ବେଳେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତ୍ୟେକ ବିଷୟର ସାଧନ କର୍ମୀ ମାନେ ସେମାନଙ୍କ ବିଷୟରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ମାର୍ଗଦର୍ଶନ ସହ ଛାତ୍ର ଛାତ୍ରୀମାନଙ୍କ ସନ୍ଦେହ ମୋଚନ କରିଥିଲେ। ଏହି ଆଭାସୀ ଶିକ୍ଷାଦାନ କାର୍ଯକ୍ରମ ମ୍ୟାଟ୍ରିକ ପରୀକ୍ଷା ଶେଷ ପର୍ଯ୍ୟନ୍ତ ଚାଲିବ। କର୍ମଶାଳାରେ ସର୍ବମୋଟ ୩୭ ସାଧନ କର୍ମୀ, ଛାତ୍ରଛାତ୍ରୀଙ୍କ ଅଭିଭାବକ, ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସ୍ଵକୀୟ ସନ୍ଦେହ ମୋଚନ କରିଥିଲେ। ଦିବସବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ କୈବଲ୍ୟ ଏଡୁକେସନ୍ ଫାଉନଡେସନ୍ର ସମସ୍ତ କର୍ମଚାରୀ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ସହାୟତା ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗର ଏଭଳି ଅଭିନବ ପ୍ରୟାସକୁ ଅଭିଭାବକଙ୍କ ମହଲରୁ ପ୍ରଶଂସା କରାଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.