ଓଡ଼ିଆ ବାର୍ତ୍ତା/ ଜାକର୍ତା: ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଭାରତର ଏଚଏସ ପ୍ରଣୟ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ପ୍ରଣୟ ଜାପାନର କୋଡାଇ ନାରଓକାଙ୍କୁ ୧୮-୨୧, ୧୬-୨୧ ସେଟରେ ପରାସ୍ତ କରିଥିଲେ । ସେମିରେ ସେ ଡେନମାର୍କର ଭିକ୍ଟର ଆକ୍ସେଲେଶନ ଓ ଚାଇନିଜ ତାଇପେର ଚାଓ ଟିଏନ ଚେନଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାଙ୍କୁ ଭେଟିବେ । ସେହିପରି ପୁରୁଷ ଡବଲ୍ସରେ ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି କ୍ୱାର୍ଟର ଫାଇନାଲରେ ବିଶ୍ୱର ଏକ ନମ୍ବର ଯୋଡି ଫଜର ଅଲଫିୟାନ ଓ ମହମ୍ମଦ ଆଣ୍ଡ୍ର୍ୟୁଏଂଟାଙ୍କୁ ୨୧-୧୩, ୨୧-୧୩ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟରରେ ଚୀନର ଲି ଶି ଫେଙ୍ଗଙ୍କ ନିକଟରୁ ୧୪-୨୧, ୨୧-୧୪ ଓ ୧୨-୨୧ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ଏହି ରୋମାଂଚକ ମ୍ୟାଚରେ ବିଜୟ ହାସଲ କରିବା ପାଇଁ ଚୀନ ଖେଳାଳିଙ୍କୁ ୧ ଘଂଟା ଓ ୯ ମିନିଟ ସମୟ ଲାଗିଥିଲା ।