ସଅଁରା ଗ୍ରାମ ପଞ୍ଚାୟତରେ ବିଜେଡ଼ିର କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ଚଳିତ ନିର୍ବାଚନୀକୁ ନେଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।  ଯୁବ ନେତା ନିହାର କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଆଗାମୀ ଦିନରେ ପଞ୍ଚାୟତରେ କିଭଳି ଭାବରେ ନିର୍ବାଚନ ପରିଚାଳନା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ପଞ୍ଚାୟତ ବିଜେଡି ସଭାପତି ବସନ୍ତ କୁମାର ମହାରଣାଙ୍କ ଦେହ ଅସୁସ୍ଥତା କାରଣରୁ ପଞ୍ଚାୟତ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ସଚିତ୍ର ମୁଦୁଲିଙ୍କ ନାମ ଅନୁମୋଦନ ପାଇଁ ସର୍ବସମ୍ମତିକ୍ରମେ ବ୍ଲକ ବିଜେଡି ସଭାପତିଙ୍କ ନିକଟକୁ ପ୍ରେରଣ କରାଯାଇଥିଲା। ଏଥି ସହିତ ସଅଁରା ଗ୍ରାମପଞ୍ଚାୟତର ୫ ଗୋଟି ବୁଥ ପାଇଁ ବୁଥ କମିଟି କରାଯାଇ ଦଳୀୟ ପର୍ଯ୍ୟବେକ୍ଷକ ଓ ବ୍ଲକ ସଭାପତିଙ୍କୁ ପଠାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସମ୍ପାଦକ ଦିଲ୍ଲିପ ମହାନ୍ତି, ବ୍ଲକ ଛାତ୍ର ସଭାପତି କାଳନ୍ଦୀ ଦାଶ, ପଞ୍ଚାୟତ ଯୁବ ସଭାପତି ପ୍ରଶାନ୍ତ ପାଣି, ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ସୁଜିତ ମଲ୍ଲିକ, ବ୍ଲକ ଛାତ୍ର ଉପସଭାପତି ମନୋରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ଦାଶ, ସରୋଜ ବର୍ଧନ, ସଚିତ୍ର ମୁଦୁଲି, ପ୍ରଫୁଲ୍ଲ ସିଂ, ବସନ୍ତ ମହାରଣା, ଜିତେନ୍ଦ୍ର ଖୁଣ୍ଚିଆ, ପ୍ରଭାକର ଷଡ଼ଙ୍ଗୀ, ସୁଚିନ୍ଦ୍ର ଚାନ୍ଦ, ମୋହନ ଜେନା ପ୍ରମୁଖ ୬୦ରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.