ବିଜେପିରେ  ଯୋଗ ଦେଲେ ପୁରୁଷୋତ୍ତମପୁର ଏନଏସିର ୯ ଜଣ କାଉନସିଲର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନର ଗୋଟିଏ ଦିନ ପୂର୍ବରୁ ଗତକାଲି ପୁରୁଷୋତ୍ତମପୁର ଏନଏସିର ନଅ ଜଣ କାଉନସିଲର ପୁରୁଷୋତ୍ତମ ପୁର ଏନଏସି ଅଧକ୍ଷାଙ୍କ ମନୋମୁଖୀ କାର୍ଯ୍ୟରେ ଅତିଷ୍ଟ ହୋଈ ଆଜି ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପାଇଁ ଦାବି ପତ୍ର ଦେଇ ଥିଲେ | ସନ୍ଧ୍ୟାରେ ଭୁବନେଶ୍ୱର ଯାଇ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତ ରେ ମୋଟ ୯ ଜଣ କାଉନସିଲରପୁରୁଷୋତ୍ତମ ପୁର ବିଜ୍ଞାପିତ ଅଞ୍ଚଳର ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଏନଏସି ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଈ ଥିଲେ | ମନମୋହନ ସାମଲ ଉପସ୍ଥିତ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇଥିଲେ |

Omkar Vasthu
Omkar Vasthu

ତେବେ ସମସ୍ତଙ୍କ ଗୋଟିଏ ଲକ୍ଷ ରାଜ୍ୟରେ ବର୍ତମାନ ବିଜେପି ସରକାରଙ୍କ ସ୍ୱଚ୍ଛ ଏବଂ ନିର୍ମଳ ଶାସନକୁ ଅନୁସରଣ କରି ଏହି କାଉନ ସିଲର ମାନେଆଜି ବିଜେପିର ପ୍ରାଥମିକ ସଦସ୍ୟତା ଲାଭ କରି ଥିବାରୁ ସେମାନେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଗଞ୍ଜାମ ଜିଲ୍ଲାରଦୁଈମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ ଓ ନେତାଓ କାର୍ଯ୍ୟକର୍ତ୍ତାଙ୍କୁ କୃତଂଜ୍ଞତା ଜଣାଇ ଛନ୍ତି | ତେବେ ସେମାନଙ୍କ କହିବା କଥା ଅଧକ୍ଷା ଙ୍କ ଅନାସ୍ଥା ପ୍ରସ୍ତାବ ଜିଲ୍ଲା ପାଳ କାର୍ଯ୍ୟ କାରି କରିଲା ପରେ ସେମାନେ ଶାନ୍ତିରେ ନିଶ୍ୱାସ ମାରିବେ ବୋଲି କହିଛନ୍ତି | ଏହି ୯ ଜଣ କାଉନ ସିଲର ହେଲେ ଓ୍ବାର୍ଡ ୧ ନଂ କାଉନସିଲର ଭବାନୀ ଶଂକରନାହାକ, ଓ୍ବାର୍ଡ ୨ନଂ କାଉନସିଲର ଭାସ୍କର ବେହେରା, ୱାର୍ଡ ୩ନଂ କାଉନସିଲର କେ.ପ୍ରମୋଦ କୁମାର ଆଚାରୀ, ୱାର୍ଡ ୫ନଂ କାଉନସିଲର ଶ୍ରୀମତୀ ସୁଜାତା ବେହେରା, ୱାର୍ଡ ୭ନଂ କାଉନସିଲର ଶ୍ରୀମତୀ ଯମୁନା ବେହେରା, ୱାର୍ଡ ୯ ନଂ କାଉନସିଲର ଲିଙ୍ଗରାଜ ବେହେରା, ଓ୍ବାର୍ଡ ୧୦ ନଂ କାଉନସିଲର ଶ୍ରୀମତୀ ଅର୍ଚ୍ଚନା ପଣ୍ଡା, ଓ୍ବାର୍ଡ ୧୨ନଂ କାଉନସିଲର ଶ୍ରୀମତୀ ପ୍ରଣିତା ପଣ୍ଡା, ଓ୍ବାର୍ଡ ୧୩ନଂ କାଉନସିଲର ଶ୍ରୀମତୀ ଗିରିଜା ବେହେରା, ପ୍ରମୁଖ ଅଟନ୍ତି | ଏହି କାଉନ ସିଲର ମଧ୍ୟରେ ୨ ସ୍ୱାଧୀନ ୭ ଜଣ ବିଜେଡି ର କାଉନ ସିଲର ଅଛନ୍ତି | ତେବେ ଏମାନଙ୍କ ସହିତ ଆଉଜଣେ କାଉନ ସିଲର ମିଶିବାର ସମ୍ଭାବନା ଅଛି ବୋଲି ସେମାନେ ମତ ଦେଇଛନ୍ତି |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.