ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବୀ ପ୍ରସାଦ ଦାସ ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଯୋଗଦେଇ ପତାକା ଉତ୍ତୋଳନ ପୂର୍ବକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା ଏବଂ ଡି ପଦ୍ମିନୀ,ମୁଖ୍ୟ ପ୍ରସାଶକ ଯୁବରଜ ନାୟକ, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ ଆଦିତ୍ୟ ପଟ୍ଟନାୟକ, ବିବିଏ ବିସିଏ ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା, ବିକାଶ ନର୍ସିଂ କଲେଜ ଅଧ୍ୟକ୍ଷ ଡ ଗୋପୀନାଥ ସୁବ୍ରମଣ୍ୟମ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ | ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଭାରତର ସ୍ବାଧୀନତା ସଂଗ୍ରାମର ବିଭିନ୍ନ ଘଟଣାବଳି ଉପରେ ଆଲୋକପାତ କରିଥିଲେ | ମୁଖ୍ୟ ଶିକ୍ଷା ଅଧିକାରୀଦ୍ୱୟ ଡି ପଦ୍ମିନୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | ପରେପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶଭକ୍ତି ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା |





