ଜୁନାଗଡ଼ରେ ମାରୱାଡ଼ି ସମ୍ମିଳନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ମାରୱାଡ଼ି ସମ୍ମିଳନ ପକ୍ଷରୁ ଶନିବାର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଅଗ୍ରେସନ ଭବନ ପରିସରରେ ମାରୱାଡ଼ି ସମ୍ମିଳନ ସଭାପତି ରାଜେଶ ଅଗ୍ରୱାଲ ପତାକା ଉତ୍ତୋଳନ କରିଥିଲେ।କାର୍ଯ୍ୟକ୍ରମରେ ଜୁନାଗଡ଼ର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଚମ୍ପକ ଅଗ୍ରୱାଲ, ମହିଳା ମୋର୍ଚ୍ଚା ସଭାପତି ଗାୟତ୍ରୀ ଅଗ୍ରୱାଲ, ସମ୍ପାଦିକା କୋମଲ ଅଗ୍ରୱାଲ, ଗିଗା ଅଗ୍ରୱାଲ, ବବଲୁ ଅଗ୍ରୱାଲ, ସୁନୀଲ ଅଗ୍ରୱାଲଙ୍କ ସମେତ ସମ୍ମିଳନର ସଦସ୍ୟମାନେ ଉପସ୍ଥିତ ଥିଲେ।ସ୍ୱାଧୀନତା ଦିବସ ଅବସରରେ ସମ୍ମିଳନ ପକ୍ଷରୁ ଜୁନାଗଡ଼ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ଜାରି ରଖିବାକୁ ଏହି ଅବସରରେ ସଦସ୍ୟମାନେ ସଂକଳ୍ପ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.