ମାରୱାଡି ମହିଳା ସମ୍ବିଳନୀ ତରଫରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ଓ ବ୍ରେଲି ପାଠ୍ୟ ଉପକରଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ବିଳନୀ ବଲାଙ୍ଗୀର ଶାଖା ସହାୟତାରେ ଆଞ୍ଚଳିକ ପୁନଃର୍ବାସ ଗବେଷଣା କେନ୍ଦ୍ର ରାଉରକେଲା ଆନୁକୂଲ୍ୟରେ ସଇଁତଲା ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଶ୍ରବଣ ଯନ୍ତ୍ର ଓ ବ୍ରେଲି ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି l

Omkar Vasthu
Omkar Vasthu

ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ବିଳନୀ ପ୍ରାନ୍ତ ଅଧ୍ୟକ୍ଷ ବବିତା ଅଗ୍ରୱାଲ, ବଲାଙ୍ଗୀର ଶାଖା ମାରୱାଡି ମହିଳା ସମ୍ବିଳନୀ ଅଧ୍ୟକ୍ଷ ଲଷ୍ମୀ ଅଗ୍ରୱାଲ, ପ୍ରାନ୍ତି ସଚିବ ଆଶା ଅଗ୍ରୱାଲ, ପୂର୍ବତନ ପ୍ରାନ୍ତ ଅଧ୍ୟକ୍ଷ ସବିତା ଅଗ୍ରୱାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ ଓ ଆର.ଆର.ସି ରାଉରକେଲା ଟେକ୍ନିସିଆନ ଯଦୁ ଚରଣ ମୁର୍ମୁ ପ୍ରମୁଖ ଯୋଗଦାନ କରି ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଉପରେ କାମନା କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିପେକ୍ଷୀରେ ୨୦  ଗୋଟି ବ୍ରେଲି ପାଠ୍ୟ ଉପକରଣ ଓ ୨୫ ଟି ଶ୍ରବଣ ଯନ୍ତ୍ର ଛାତ୍ର ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବୁଲୁଶ୍ରୀ କମଳା ରଞ୍ଜନ ଶତପଥି, ଦେବାନନ୍ଦ ସାହୁ, ସନ୍ତୋଷ ଜେନା, ଟେକ୍ନିକାଲ ବିଭାଗର ଦେବାଶିଷ ପଣ୍ଡା, ବିସିକେଶନ ନାୟକ ଓ ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥୁଲେ l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଉମାକାନ୍ତ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ସଞ୍ଜୟ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ବିଦ୍ୟାଳୟର ପୁଷଞ୍ଜଳୀ ଦାସ, ସମୀର ନାୟକ, ପ୍ରତିଭା ବେହେରା, ରୋଷନୀ ସାହୁ, ଶିଶିର ସାହୁଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.