ସୁବର୍ଣ୍ଣପୁର ର ନୂତନ ଜିଲ୍ଲାପାଳ ଭାବେ ଦାଇତ୍ବ ଗ୍ରହଣ କଲେ IAS ମନିଷା ବାନାର୍ଜୀ

ସୋନପୁର,୧୬/୭ : ୨୦୧୩ ବେଚ୍ ର ଆଇଏଏସ ମନିଷା ବାନାର୍ଜୀ ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଧର୍ମଗଡ ଉପ ଜିଲ୍ଲାପାଳ, ରାଉଲକେଲା ଏଡିଏମ ଓ Deputy Secretary (Home) in State Odisha ପରି ଗୁରୁତ୍ବପୂର୍ଣ୍ଣ ଦାଇତ୍ବ ସବୁକୁ ସୁଚାରୁରୂପେ ସଂପାଦନ କରିଆସି ସୁନାମ ଅର୍ଜନ କରିଛନ୍ତି । ତାଙ୍କର ବିଶେଷ ଅବଦାନ ପାଇଁ ଆଜିବି ରାଉଲକେଲା ଓ ଧର୍ମଗଡ ବାସୀ ତାଙ୍କୁ ଭୁଲି ପାରୁ ନାହାନ୍ତି । ଅନୁରୂପ ଭାବେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ସେ ସମାଧାନ କରିପାରିବେ ବେଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି । ପୂର୍ବତନ ଜିଲ୍ଲାପାଳ ମଧୁସୁଦନ ମିଶ୍ରଙ୍କ ପରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଆଜି (ମଙ୍ଗଳବାର) ପୂର୍ବାହ୍ନ ୧୦ଟା ସମୟରେ ଶ୍ରୀମତୀ ମନିଷା ବାନାର୍ଜୀ ଯୋଗଦେବାପରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ଓ ପ୍ରଶାସନ କୁ ସମ୍ବୋଧିତ କରି ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବାକୁ ସୂଚନା ଦେଇଥିଲେ । ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲାର ବିଭିନ୍ନ ମହଳରୁ ସ୍ବାଗତ କରାଯାଇଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.