SBI ମୁଖ୍ୟ ଶାଖା ଘେରିଲେ ଠକେଇର ଶିକାର ହୋଇଥିବା ଗ୍ରହକ ସେବା କେନ୍ଦ୍ର ହିତାଧିକାରୀ

ନୂଆପଡା/କୋମନା,୧୬/୭ : ଭାରତୀୟ ଷ୍ଟେଟ ବ୍ୟାଙ୍କର କୁରୁମପୁରୀ ଗ୍ରାହକ ସେବାକେନ୍ଦ୍ରରେ ବଡ ଧରଣର ଠକେଇ ହୋଇଥିବାରୁ ଏହି କେନ୍ଦ୍ରର ହିତାଧିକାରୀ ମାନେ ନୂଆପଡା  ଜିଲ୍ଲା ମୂଖ୍ୟାଳୟ ଷ୍ଟେଟ ବ୍ୟାଙ୍କକୁ ଘେରାଉ କରିଛନ୍ତି ।କୁରୁମପୁରୀ ସ୍ଥିତ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଦାଶରଥୀ ସୁନାନୀ ୫୯ ଜଣଙ୍କ ଠାରୁ କୋଟିଏରୁ ଅଧିକଟଙ୍କା ଉଠାଇ ଫେରାର ହୋଇଯାଇଥିବା ନେଇ ଗତ ୧୩ ତାରିଖ ଦିନ ଲଖନା ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଘଟଣାକୁ ତିନି ଦିନ ହୋଇ ଯାଇଥିଲେ ମଧ୍ୟ୍ୟ ପୋଲିସ ଏବଂ ବ୍ୟାଙ୍କ କତୃପକ୍ଷ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ  ସମସ୍ତ ଅଭିଯୋଗକାରୀ ଜିଲ୍ଲା ମୁଖ୍ୟାଳୟରେ ଥିବା ଏସ.ବି.ଆଇ. ଘେରାଉ କରି ଶାଖା ପରିଚାଳକଙ୍କୁ ଲିଖିତ ଅଭିଯୋଗ କରିବା ସହ ଟଙ୍କା ଫେରାଇବା ପାଇଁ ଦାବୀ କରିଥିଲେ ।

 

ବିଜେପି ରାଜ୍ୟ ଉପସଭାପତି ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଚତୁର୍ଭୁଜ ଶର୍ମା, ଯୁବା ନେତା ତୁଲସ ପଟେଲ, ସମାଜସେବୀ ହାଲ୍ଲା ସିଂ ପ୍ରମୁଖ ସେଠାରେ ଉପସ୍ଥିତ ରହି ଲୋକଙ୍କୁ ବୁଝାଇ ଶାଖା ପରିଚାଳକ ଏବଂ ଏସ.ଡି.ପି.ଓ. ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡା ଆଇ.ଆଇ.ସି ଆଦିତ୍ୟ ମହାକୁଡ଼, ଲଖନା ଆଇ.ଆଇ.ସି ତପନ ଦାସଙ୍କୁ ନେଇ ଏକ ବୈଠକ କରି କିପରି ଭାବେ କେତେ ଟଙ୍କା ଠକି କି ଉଠା ଯାଇଛି ତାର ସଠିକ ଆକଳନ, କେବେ ଠାରୁ ଏଭଳି କାର୍ଯ୍ୟ ଆରମ୍ଭ ହେଲା ଏବଂ ଅଭିଯୁକ୍ତ ଙ୍କୁ କିପରି ଧରା ଯିବ ତାକୁ ନେଇ ଆଲୋଚନା ହୋଇଥିଲା ।

ଏହି ଠକେଇ ଅଭିଯୋଗ ରେ ଯେଉଁ ସବୁ ବ୍ୟକ୍ତି ସଂଶ୍ଲିଷ୍ଟ ଥିବେ ଆଇନ ଅନୁଯାୟୀ ସମସ୍ତ ଙ୍କୁ ଦଣ୍ଡ ଦିଆଯାଉ ବୋଲି ଶ୍ରୀ ପାଢ଼ୀ ତଥା ତାଙ୍କ ସମର୍ଥକ ଦାବୀ କରିଛନ୍ତି ନଚେତ ଆଗାମୀ ଦିନ ରେ ଆନ୍ଦୋଳନ ତୀବ୍ର ହେବ ବୋଲି ସୂଚନା ଦେଉଛନ୍ତି । ତେବେ ଏ ନେଇ ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀ ଏ.କେ. ସାହ କହିଛନ୍ତି ଯେ ଦାଶରଥି ସୁନାନୀ ବ୍ୟାଙ୍କର କର୍ମଚାରୀ ନୁହନ୍ତି । ତେବେ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ରର ଘଟଣାକୁ ସେ ଗମ୍ଭୀର ଭାବେ ନେଇ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ଉଚିତ ତାହା ସେ କରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.