ଓଡ଼ିଆ ବାର୍ତ୍ତା/ ବୌଦ୍ଧ (ମମତା ମହାକୁର): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଏକ ସାଂଗଠନିକ ବୈଠକ ରାଜ୍ୟ ସଭାପତି ଅନିତା ମେହେରଙ୍କ ଆବାସିକ ଭବନ ଠାରେ ବୌଦ୍ଧ ଜିଲ୍ଲାର ଶିକ୍ଷକ, ଶିକ୍ଷିକା ମାନଂକୁ ନେଇ ଏକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ନିଲାଞ୍ଚଳ ଭୋଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ପ୍ରଧାନ ଶିକ୍ଷକ ଖଗେଶ୍ବର ବସ୍ତିଆ, ଅଶୋକ ପ୍ରଧାନ, ନାରାୟଣ ମହାକୁଡ଼,ବାବୁଲାଲ ମହାକୁଡ଼, ଜିଲା ଏକ୍ସକ୍ୟାଡ଼ର ଶିକ୍ଷକ ସଙ୍ଘର ସଭାପତି ରଂଜୁ ଅମାତ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟ ସମସ୍ୟା ଭାବରେ ମଧ୍ୟାନ୍ନ ଭୋଜନ ଅର୍ଥ ନମିଳିବା, ପ୍ରମୋସନ ନପାଇବା, ଲେଭେଲ ଭି- (ବି) ଵର୍ଗର ଶିକ୍ଷକଙ୍କ ୨୮୦୦ ଗ୍ରେଡ ପେ ଅନୁସାରେ ପ୍ରାପ୍ୟ ନପାଇବା, ଜିଲାରେ ଲେଭେଲ (ଏ)ରୁ ବି ବର୍ଗ କୁ ଉନ୍ନୀତ ନହେବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ବିବିଧ ସମସ୍ୟା ଓ ସରକାରଙ୍କ ସମୟ ନିର୍ଘଣ୍ଟ ଅନୁସାରେ ବିଦ୍ୟାଳୟ ସମୟରେ ତାରତମ୍ୟତା ରହିବାର କାରଣ ସମ୍ପର୍କରେ ବିଷଦ ଭାବେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଏକ ପ୍ରତିନିଧି ଦଳ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ନିଷ୍ପତ୍ତି ନେବା ସହ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରିବାର ନିଷ୍ପତ୍ତି ନିର୍ଦ୍ଧାରଣ କରାଯାଇଥିଲା । ସଭା କାର୍ଯ୍ୟ ପରିଚାଳନାରେ ଶିକ୍ଷକ ସଂଗଠକ ଭାଗିରଥି କର୍ମୀ ସହଯୋଗ କରିଥିବା ବେଳେ ଶିକ୍ଷକ ସମୀର କୁମାର ପ୍ରଧାନ, ଦୀନବନ୍ଧୁ ସେଠୀ,ପ୍ରଶାନ୍ତ ମିଶ୍ର, ଜୟକୃଷ୍ଣ କମ୍ପ, କ୍ଷୀରୋଦ ଖମାରୀ, ପ୍ରକାଶ ପୁରୋହିତ, ଅଯୋଧ୍ୟା କମ୍ପ, ଶୁଶୀଳ ପ୍ରଧାନ, ଅନୁପମା ମିଶ୍ର, ମୀରା ମେହେର,ଶତୃଘନ୍ନ ଜାନି, ବିଜୟ ସାହୁ, ସୁଦାମ ଦିଶିରି,ଜନତା କଅଂର,ସୋନପୁର ପ୍ରତିନିଧି ଉମାକାନ୍ତ ମିଶ୍ର, ପ୍ରମୁଖ ଶିକ୍ଷକ ନେତା ଉପସ୍ଥିତ ଥିବାବେଳେ ସିଆରସିସି ମନୋରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।