ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ପାଇକ ଫୁଲବେଡା ଗ୍ରାମ ପଞ୍ଚାୟତରେ ଆୟୋଜିତ ‘ବିକାଶ ଧାରା ଓଡ଼ିଶା’ ସ୍ୱତନ୍ତ୍ର ଗ୍ରାମ ସଭାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସଭାରେ ନିର୍ବାଚିତ ସରପଞ୍ଚଙ୍କ ସହ ଦୁଇଜଣ ଅଣ-ପ୍ରତିନିଧି ମଞ୍ଚାସୀନ ହୋଇଥିବା ଘଟଣାକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ ମତାନୁସାରେ, ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ ସାଧାରଣତଃ ନିର୍ବାଚିତ ଜନପ୍ରତିନିଧି ଓ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ସ୍ଥାନ ପାଇଥାନ୍ତି। ଏପରି ସ୍ଥିତିରେ ଅଣ-ପ୍ରତିନିଧିଙ୍କ ଉପସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଏହା ପଛରେ କୌଣସି ସରକାରୀ ନିୟମ କିମ୍ବା ଅନୁମତି ରହିଛି କି ନାହିଁ, ସେନେଇ ସ୍ପଷ୍ଟୀକରଣ ଦାବି କରାଯାଉଛି। ୧୦ରୁ ୨୦ଜଣ ଅଞ୍ଚଳ ବାସି ଉପସ୍ଥିତିରେ ଗ୍ରାମ ସଭା ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଏହି ଘଟଣାକୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷ କିମ୍ବା ପଞ୍ଚାୟତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଆସିଲେ ପ୍ରକୃତ ସ୍ଥିତି ସାମ୍ନାକୁ ଆସିବ।






