ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନର୍ଲା ପକ୍ଷରୁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନର୍ଲା ଠାରେ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ଦୀପ, ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ନୋଡାଲ ସିଆରସିସି ହେମନ୍ତ ସାହୁ, ସ୍କୁଲ୍ ପ୍ରଧାନ ଶିକ୍ଷକ ନିର୍ମଳ ବାରିକ ମଞ୍ଚାସୀନ ଥିଲେ। ଏଥିରେ ବ୍ଲକର ୧୭ଟି କ୍ଲଷ୍ଟରରୁ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍ଵପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ସହ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ସିଆରସିସି ରଘୁପତି ନାଏକ, ଶିକ୍ଷକ କିଶୋର ଭୋଇ ଓ ଅଚ୍ୟୁତ ବାରିକ ଦାୟିତ୍ଵ ନିର୍ବାହ କରିଥିଲେ। ସିଆରସିସି ନୀଳମଣି ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ଫିରୋଜ ପଧାନ ସ୍ବାଗତ ଭାଷଣ ଦେଇଥିଲେ। ଏଥିରେ ସମସ୍ତ କ୍ଲଷ୍ଟରର ସିଆରସିସି, ଗାଇଡ ଶିକ୍ଷକ, ବିଦ୍ୟାଳୟର ଶିକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।