ଡ଼ଃ ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମାଝୀଗୁଡା ଠାରେ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ଓ ବ୍ଲକସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ଡକ୍ଟର.ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଆଞ୍ଚଳିକ ଡମ୍ବ ସମାଜ ବ୍ଲକ ସମ୍ପାଦକ ଧବଳେଶ୍ବର ନାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ,ମୁଖ୍ୟ ବକ୍ତା ଭାବେ ଗୁଣନିଧି ବାଗ ଉପସ୍ଥିତ ରହି ମହା ମାନବ ବିଶ୍ୱରତ୍ନ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଅବଦାନ ଆଜି ଦେଶବାସୀ ଙ୍କୁ ବିଭିନ୍ନ ବର୍ଗ ରେ ନ୍ୟାୟ ଓ ବଞ୍ଚିବାର ସ୍ୱାଧୀନତା ଦେଇଛି,ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ଆଜି ମାନବ ସମାଜକୁ ବଞ୍ଚିବାର ନୂତନ ରାହା ପ୍ରଦାନ କରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଦୁର୍ଗା ପ୍ରସାଦ ନାଏକ, ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ସଭାପତି କୌଶିକ ଦୁରିଆ, ବିଜେଡି ନେତା ପଞ୍ଚକ ପୋଢ଼, ରଘୁନାଥ ଖମାରି, ଗୋକୁଳ ଚନ୍ଦ୍ର ଖମାରୀ, ରତ୍ନାକର ବେମାଲ, କୁରୁକ୍ଷେତ୍ର ପାଣିଗ୍ରାହୀ, ଉଗ୍ରେସନ ବାଗ, ଦିଗାମ୍ବର ବେମାଳ, ବିକ୍ରମ କେତକୀ, ପରମେଶ୍ବର ପାଣିଗ୍ରାହୀ, ପୁରୁଷୋତ୍ତମ ମହାନନ୍ଦ, ତୁଲାରାମ ବାଗ, ଜୟରାମ ମହାନନ୍ଦ ସମେତ ମହିଳା ନେତ୍ରୀ ସୁଷମା ନାଗ, ହେମାଲତା ସୁନାନୀ, ପ୍ରଫୁଲ୍ଲ ନାଗ, ଭବାନୀ ସୁନାନୀ, ନନ୍ଦିନୀ କୂଳଦୀପ, ତୁଳସା ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ବାବା ସାହେବ ଆମ୍ବେଦକର ଙ୍କ ସ୍ମୃତି ଚାରଣ କରିବା ସହ ଆଜିର ଏହି ପବିତ୍ର ଦିନ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ବୈକୁଣ୍ଠ ଜାଲ ଓ ରମେଶ ଚନ୍ଦ୍ର ଦୁର୍ଗା ସହଯୋଗ କରିଥିବା ବେଳେ ଖଗେଶ୍ବର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.