ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଟେମରା ପଞ୍ଚାୟତ ଖୁର୍ସେଲଗୁଡା ଗ୍ରାମ ମା ମାଉଳି କ୍ରିକେଟ ଆସୋସିଏସନ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ହିନ୍ଦୁ ବିକାଶ ପରିଷଦ ଜିଲ୍ଲା ସଭାପତି ମହେଶ କୁମାର ଗୁପ୍ତା, ସମ୍ମାନିତ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସମିତି ସଭ୍ୟା ଅନୁସୂୟା ମାଝୀ,ନାଏବ ସରପଞ୍ଚ ପୂର୍ଣ୍ଣମୀ ମାଝୀ, ୱାର୍ଡ ସଭ୍ୟ ସିର୍ଲିଗୁଡା ଚୌଧୁରୀ ଦୁର୍ଗା, ଖୁର୍ସେଲଗୁଡା ୱାର୍ଡ ସଭ୍ୟ କେଶରୀ ପୁଝାରି, ହୁକମି ପୁଝାରି, ମାମି ପୁଝାରି, ସୋମନାଥ ସାହୁ, ମଦନଚନ୍ଦ୍ର ମୋହନ ପୁଝାରି, ଅକ୍ରୁର ମାଝୀ, ଲଦୁଆ, ଯଦୁମଣି ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଫାଇନାଲ ଟୁର୍ଣ୍ଣାମେଣ୍ଟ ଝରିଆଗୁଡା ବନାମ ଟେମରା ମଧ୍ୟରେ ସଂଘର୍ଷପୂର୍ଣ୍ଣ ସ୍ଥିତି ରେ ଝରିଆଗୁଡା ଦଳ ମ୍ୟାଚ ବିଜେତା ହୋଇଥିଲେ। ଅମ୍ପିୟାର ଭାବେ ମଣ୍ଟୁ ମାଝୀ,ମଧୁସୂଦନ ଖେଳ ପରିଚାଳନା କରିଥିବା ବେଳେ ଲୁଲୁ ନାଏକ ସ୍କୋର ବୋର୍ଡ ରେ ସହଯୋଗ କରିଥିଲେ। ଉପସ୍ଥିତ ଅତିଥିମାନେ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ।ମା ମାଉଳି କମିଟି କ୍ରିକେଟ ଆସୋସିଏସନ ପକ୍ଷରୁ ଦୀପକ କୁମାର ପୁଝାରି, ଅଭିମନ୍ୟୁ ପୁଝାରି, ନିରଞ୍ଜନ ପାଳି, ଲକ୍ଷ୍ମଣ ପାଲି, ସମୀର ଅଡରିଆ, ଲକ୍ଷ୍ମୀକାନ୍ତ ପୁଝାରି, ଈଶ୍ୱର ବେହେରା, ଦୁଷ୍ମନ୍ତ ପାତ୍ର, ଲିଙ୍ଗରାଜ ଳଦୁଆ, ସୁରେନ୍ଦ୍ର ବେହେରା, କୈଳାସ ପାଳି ପ୍ରମୁଖ ସହଯୋଗ କରିଥିଲେ।





