ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଖମନପଡ଼ା ସ୍ଥିତ ଶାଳବଣ ମଧ୍ୟରେ ମାଆ ତାରିଣୀଙ୍କ ଚଇତି ପର୍ବ ହର୍ଶୋଲାସର ସହ ପାଳିତ ହୋଇ ଯାଇଛି। ଶନିବାର ଦିନ କଳସ ଯାତ୍ରା ହୋଇ ୧୨, ୧୩, ୧୪ତାରିଖ ତିନି ଦିନ ଧରି ପୂଜା ଧୁମ୍ ଧାମରେ ହୋଇଥିଲା। ପଣା ସଂକ୍ରାନ୍ତି ଦିନ ପଣା ଭୋଗ, ଅର୍ଣ୍ଣ ଭୋଗ ଓ ସନ୍ଧ୍ୟା ଆଳତି ପରେ ପୂର୍ଣ୍ଣାହୁତି ହୋଇଥିଲା। ଗ୍ରାମର ବିକ୍ରମ ଗୌଡ ଓ ତାଙ୍କ ସହଧର୍ମିଣୀ ରଶ୍ମିତା ଗୌଡ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ମୂଖ୍ୟ ପୂଜକ ପର୍ଶୁରାମ ମାଝୀ ପୂଜାର୍ଚ୍ଚନା କହିଥିଲେ। ଅନ୍ୟତମ ପୂଜକ ଗୁପ୍ତ ମାଝୀ ସହଯୋଗ କରିଥିଲେ।
ତିନିଦିନ ଧରି ପୂଜା କମିଟି ଓ ଦାତା ମାନଙ୍କ ଦ୍ୱାରା ଦୁଇ ଓଳି ସର୍ବସାଧାରଣଙ୍କ ପାଇଁ ଭୋଗର ବ୍ୟବସ୍ଥା କରାଯାଇଥିଲା। ତିନିରାତି ଧରି ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମଞ୍ଚ କାର୍ଯ୍ଯକ୍ରମରେ ଅନେକ ସମାଜସେବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅତିଥିଭାବେ ଯୋଗଦେଇ ସୁପରାମର୍ଶ ଦେଇଥିଲେ। ଅନ୍ତିମ ରଜନୀରେ ଆୟୋଜିତ ଡାନ୍ସ ଡାନ୍ସ କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥିଭାବେ ନର୍ଲା ଜିଲ୍ଲାପରିଷଦ ତଥା ନର୍ଲା ବ୍ଲକ ଆଦିବାସି ସଂଘ ସଭାପତି ହରିଶଙ୍କର ମାଝୀ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଶାନ୍ତପୂର୍ ସରପଞ୍ଚ ଟିକେଧର ସାହୁ, ଘଣ୍ଟମାଲ ବିଘ୍ନେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ ସାହୁ, ଗାଡେବନ୍ଧ ସମିତି ସଭ୍ୟ ପ୍ରତିନିଧି ଅଜିତ ସାହୁ, ମୁଖ୍ୟମନ୍ତ୍ରୀ ଆଦିବାସୀ ପ୍ରତିଭା ସମ୍ମାନ ପୁରସ୍କାର ବିଜେତା, କବି, ଲେଖକ, କଳାକାର ତଥା ସୁ ଶିକ୍ଷକ ଲଲିତ ଭୋଇ, ପୁର୍ବତନ ସମିତିସଭ୍ୟ ନରୋତ୍ତମ କରୁଆଁ, ଗୁଣପୁର ମହାଲକ୍ଷ୍ମୀ କ୍ଲବର ସଭାପତି ଗଣେଶ ମୁଣ୍ଡା, ଗାଡେବନ୍ଧ ପୋଷ୍ଟ ମାଷ୍ଟର ସୋମେଶ ବିଶୋଇ, ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କେଶରୀ ବାଗ, ଯୁବ ସ୍ୱେଚ୍ଛାସେବୀ କେତନ ମାଝୀ, ବୈକୁଣ୍ଠ ବାଗ, ଦିଲ୍ଲୀପ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରତିଦିନ ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ। ଡାନ୍ସ କାର୍ଯ୍ଯକ୍ରମରେ ବିଚାରପତି ଭାବରେ ଆଲବମ୍ ଷ୍ଟାର ଚିରଞ୍ଜିବୀ ଓ ସୁଭଦ୍ରା କାଣ୍ଡ କାର୍ଯ୍ୟ ନିର୍ବାହ କରିଥିବା ବେଳେ ତମାମ୍ ରାତି ମଞ୍ଚ ପରିଚାଳନା କରିଥିଲେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମଞ୍ଚ ଉଦଘୋଷକ ସୁଧୀର ନାଏକ। କାର୍ଯ୍ଯକ୍ରମ ପରିଚାଳନାରେ ଲୋକେଶ ମାଝୀ, ଗୁଡ୍ଡୁ ବିଭାର, ନାଜିର ମାଝୀ, ଜିତେନ୍ଦ୍ର ମାଝି ରମେଶ ମାଝୀ , ସୁରେଶ ମାଝୀ, ଚୌବନ ମାଝୀ, ନବୀନ ମାଝୀ, ପୁରୁଷୋତ୍ତମ ମାଝୀ, ବାଦଲ ବିଭାର, ସନୁ ଗୌଡ, ପୁରୁଷୋତ୍ତମ ଗୌଡ, ଉମେଶ ଗୌଡ, ମଣି ଚନ୍ଦ୍ର ମାଝୀଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।





