ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ପଞ୍ଚ ହାଣ୍ଡି ପଣା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ମହା ବିଷୁବ ସଂକ୍ରାନ୍ତି ଯାହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ଏବଂ ଏହି ଦିନରେ ଓଡ଼ିଆ ନବବର୍ଷ ମଧ୍ୟ ପାଳିତ ହୋଇଥାଏ। ତେବେ ପରମ୍ପରା ଅନୁସାରେ ଏହିଦିନ ଦହି,ପାଚିଲା ବେଲ ତଥା ବିଭିନ୍ନ ପ୍ରକାରର ଫଳରେ ପଣା ପ୍ରସ୍ତୁତ ହୋଇ ତୁଳସୀ ଚଉରା ତଥା ହନୁମାନ ବାଟିକା ମାନଙ୍କରେ ପ୍ରସାଦ ଭାବରେ ଅର୍ପଣ କରାଯାଇଥାଏ। ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ପଣା ସଂକ୍ରାନ୍ତି ନିଷ୍ଠାର ସହିତ ପାଳନ କରିଥାନ୍ତି। ଏହିଦିନ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଥିବା ବେଳେ ମଙ୍ଗଳବାର ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ସ୍ଥିତ ହନୁମାନ ବାଟିକା ଠାରେ ମାଁ ହୀରାନୀଳା ଷ୍ଟୋନ କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ଅଞ୍ଚଳବାସିଙ୍କ ସମେତ ଶତାଧିକ ପଥଚାରି ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜକ ମାୟାଧର ଶତପଥୀ ଯୋଗ ଦେଇ ପୂଜା କାର୍ଯ୍ୟ ତୁଲାଇଥିଲେ। ଏଥିରେ ଭବାନୀ ବାଣୁଆ, ଜୟମୁନି ବେହେରା,ରାମ ବେହେରା,ସନାତନ ବିଶି, ସରୋଜ ସାହୁ, ଟି.ଲକ୍ଷ୍ମୀନାରାୟଣ ପାତ୍ର, କୁଳମଣୀ ବାଣୁଆ, କର୍ଣ୍ଣ ମାଝୀ, ତିରୁପତି ପାତ୍ର, ବିଶ୍ଵାମିତ୍ର ଘଡ଼େଇ, ଶଙ୍କର ପ୍ରଧାନୀ,ମିଳନ ମହାପାତ୍ର,ରଘୁ ବେହେରା, ଲକ୍ଷ୍ମୀକାନ୍ତ ବେହେରା, ଉଗ୍ରସେନ ବାଗ, ପିତାମ୍ବର ବିଶି, ଭଗବାନ ରାଉତ, ମହେନ୍ଦ୍ର ବେହେରାଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହା ପରେ ସମସ୍ତ ଭକ୍ତ ଏକ ବିଶାଳ ବାଇକ ରାଲିରେ ବାହାରି ନଗର ପରିକ୍ରମା ସହିତ ପୋଖରୀବନ୍ଧ ପଞ୍ଚାୟତ ସହ ବିଶ୍ବନାଥପୁର ପରିକ୍ରମା କରିଥିଲେ।ଏଥିରେ ବିଶ୍ଵନାଥପୁର ଥାନାଧିକାରୀ ତୁଳସୀ ରାମ ଶବରଙ୍କ ନେତୃତ୍ୱରେ ପୁଲିସ ବାହିନୀ ଉପସ୍ଥିତି ଥିଲେ। ଏହି ପରିପେକ୍ଷୀରେ ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱନାଥପୁର ବଣିକ ସଂଘ ପକ୍ଷରୁ ପଥଚାରି ମାନଙ୍କୁ ପଣା ବଣ୍ଟନ କରିବା ସହ ବିଶ୍ୱନାଥପୁର ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରେଲି ଦେଖିବାକୁ ମିଳିଥିଲା।ସେହିପରି ଲାଞ୍ଜିଗଡ଼ ସହର ସ୍ଥିତ ହନୁମାନ ବାଟିକା ଠାରେ ଲାଞ୍ଜିଗଡ଼ ଯୁବଗୋଷ୍ଠୀ ପକ୍ଷରୁ ପଥଚାରି ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା।ଲାଞ୍ଜିଗଡ ସ୍ଥିତ ଏଲଏନଟି କଲୋନୀ ଠାରେ ଲାଞ୍ଜିଗଡ଼ ଅଲୁମିନିୟମ ରିଫାଇନାରୀ ଶ୍ରମିକ ସଂଘ ସଭାପତି ସଞ୍ଜୀବ ପେଶନିଆ ତରଫରୁ ପଣା ବଣ୍ଟନ କରାଯାଇଥିଲା। ଏଥିରେ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଲାଞ୍ଜିଗଡ଼ ବ୍ଳକ ଭବାନୀପାଟଣା-ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ୬ନଂ ରାଜପଥରେ ନୂତନ ଭାବେ ନିର୍ମାଣ ହୋଇଥିବା ହନୁମାନ ମନ୍ଦିର ଠାରେ ସାହୁ ଢ଼ାବା ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା।ସେହିପରି ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ଟାଉନ ସିପ କଲୋନୀ ସ୍ଥିତ ହନୁମାନ ପ୍ରାଙ୍ଗଣରେ ପଣା ବଣ୍ଟନ କରିବା ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏହା ବ୍ୟତୀତ ବ୍ଳକର ବିଭିନ୍ନ ଗ୍ରାମର ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ସେହି ପରି ଲାଞ୍ଜିଗଡ ରୋଡ଼,ବେନଗାଁ, ମୂଷାନାଲରେ ମଧ୍ୟ ହନୁମାନ ଜୟନ୍ତୀ ସହ ପଣାସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇ ଯାଇଛି।





