ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଭିନ୍ନ ମନ୍ଦିର ଗୁଡିକରେ ମହା ବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏଥିପାଇଁ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲା । ମହା ବିଷୁବ ସଂକ୍ରାନ୍ତିରେ ମହାପ୍ରଭୁ ମାନଙ୍କୁ ପଣା ଲାଗି କରିବା ପାଇଁ ଭକ୍ତ ମାନଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଥିଲା। ଏହି କ୍ରମରେ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର, ଦେବଗିରି ମଠ, ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ନର୍ଲା ଶିବ ମନ୍ଦିର, ନର୍ଲାର ବିଭିନ୍ନ ସ୍ଥାନରେ ରହିଥିବା ତାରିଣୀ ମନ୍ଦିର, ତୁଳାପଡା ଶିବ ମନ୍ଦିର, ବିଲାଟ ଗୁପ୍ତେଶ୍ୱର ଶିବ ମନ୍ଦିର, ଖମ୍ବପଡା ଶିବ ମନ୍ଦିର,ଭଟାଖମାର ଶିବ ମନ୍ଦିର, ରୁପ୍ରା ଜଗନ୍ନାଥ ମନ୍ଦିର, ସେରଗଡ ଜଗନ୍ନାଥ ମନ୍ଦିର ପ୍ରଭୃତି ମନ୍ଦିର ଗୁଡିକରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା।
ମହା ବିଷୁବ ସଂକ୍ରାନ୍ତୀ କୁ ପଣା ସଂକ୍ରାନ୍ତୀ ମଧ୍ୟ କୁହାଯାଇଥାଏ। ହିନ୍ଦୁ ଧର୍ମରେ ମହା ବିଷୁବ ସଂକ୍ରାନ୍ତୀର ଅନେକ ମାହାତ୍ମ୍ୟ ରହିଛି। ଏହି ପଣା ସଂକ୍ରାନ୍ତୀ ଅବସରରେ ସର୍ଗିଗୁଡା ନାମଯଜ୍ଞ ମଣ୍ଡପ, ତହସିଲ ଅଫିସ ଛକରେ ମା ମାଝୀ ଗୌରୀ ସାଂସ୍କୃତିକ ଅନୁଷ୍ଠାନ, ନର୍ଲା ଚାରି ଛକ ପାତ୍ର ଇଲେକଟ୍ରିକ ତରଫରୁ ସ୍ୱାଦିଷ୍ଟ ପଣା ବଣ୍ଟନ କରାଯା ଇଥିବା ଦେଖିବାକୁ ମିଳିଥିଲା। ସର୍ଗିଗୁଡା ପ୍ରହରୀ ମଣ୍ଡପରେ ସଞ୍ଜୟ ନାଏକଙ୍କ ନେତୃତ୍ୱରେ ପଣା ବଣ୍ଟନ କରାଯାଇଥିବା ବେଳେ ଗ୍ରାମର ଯୁବପିଢୀ ଏଥିରେ ସାମିଲ ହୋଇଥିଲେ।

ନର୍ଲା ତହସିଲ ଅଫିସ ଛକରେ ମା ମାଝୀ ଗୌରୀ ସାଂସ୍କୃତିକ ଅନୁଷ୍ଟାନ ର ବରିଷ୍ଠ ସଦସ୍ୟ ଯଦୁପତି ନାଏକଙ୍କ ନେତୃତ୍ୱରେ ନିରାକାର ବଚ୍ଛା, ସୁରେନ୍ଦ୍ର ବାରିକ, ନୀଲୁ ବଚ୍ଛା, ରାକେଶ ବେହେରା, ବୁଟୁ ବଚ୍ଛା, ରୋଜ ପ୍ରଧାନ, ଆଦିତ୍ୟ ରଣା, ସୁବାସ ବେହେରା, ହରିଓମ ଏକ୍ୱା, ଟିକେ ସରାଫ, ସିମାନ ସୁନା, ବିଜୟ ସାହୁ ପ୍ରମୁଖ ସାମିଲ ହୋଇ ପଣା ବଣ୍ଟନ କରିଥିଲେ। ନର୍ଲା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଣବ ଙ୍କ ସମେତ ନର୍ଲା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇ ଅଗ୍ନି ଜନିତ ଦୁର୍ଘଟଣା ଉପରେ ସଚେତନତା ପାଇଁ ଲୋକଙ୍କୁ ବୁଝାଇଥିଲେ। ପଣା ବଣ୍ଟନ କରି ପଣା ସଂକ୍ରାନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିଭଳି ନର୍ଲା ଚାରିଛକ ରେ ପାତ୍ର ଇଲେକଟ୍ରିକାଲ ତରଫରୁ ହିମାଂଶୁ ପାତ୍ରଙ୍କ ନେତୃତ୍ୱରେ ସଚୀନ ପଧାନ, ସୁମନ୍ତ ପୁଝାରୀ, ଜୟନ୍ତ ନାଗ, ନିହାର ନାଏକ, ଜିତୁ ପ୍ରମୁଖ ସାମିଲ ହୋଇ ପଣା ବଣ୍ଟନ କରିଥିଲେ । ମହା ବିଷୁବ ସଂକ୍ରାନ୍ତୀ ରେ ନର୍ଲାରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଦୀର୍ଘ ୮ ବର୍ଷ ହେଲା ଚାଲି ଆସୁଛି। ନର୍ଲାରେ ଖରା ୪୪ ଡିଗ୍ରୀ ଅତିକ୍ରମ କରିସାରିଥିବା ବେଳେ ପ୍ରବଳ ଖରା ଓ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏହି ପରିପ୍ରେକ୍ଷୀରେ ପଥଚାରୀ ଓ ତୃଷାର୍ତ୍ତ ମାନେ ସ୍ୱାଦିଷ୍ଟ ଓ ଥଣ୍ଡା ପଣା ର ବେଶ ମଜା ଉଠାଇଥିବା ଦେଖିବାକୁ ମିଳିଥିଲା।





