ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ପକ୍ଷରୁ ୧୩୫ତମ ବାବା ସାହେବ ଡଃ. ବି. ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଆମ୍ବେଦକରଙ୍କ ପ୍ରତିଛବି ଉପରେ ଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ତ୍ରିଲୋଚନ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଙ୍ଘର ଉପସଭାପତି କବିରାଜ ସାହୁ, କୋଷାଧକ୍ଷ ହରପ୍ରସାଦ ସାହୁ, ଚୁମାନ ସାହୁ,ଉମାକାନ୍ତି ସାହୁ, ବୀଣାପାଣି ସାହୁ, ଠାକୁର ସାହୁ, ବଣ୍ଟି ସାହୁ, ଆଦିତ୍ୟ ସାହୁ ସମେତ କଳାରୁଦ୍ର ଯୁବକ ସଂଘ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।





