କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ପାଇଁ ସମର୍ପିତ କଳାହାଣ୍ଡି ଲେଖକ କଳା ପରିଷଦର ଦ୍ବିଦିବସୀୟ ବିଷୁବ ମିଳନ ଉତ୍ସବ-୨୬ ସ୍ଥାନୀୟ ଟାଉନ ହଲଠାରେ ଜିଲ୍ଲା ସ୍ତରୀୟ ବହୁଭାଷୀ କବିତା ପାଠୋତ୍ସବ ସହ ଉଦଘାଟିତ ହୋଇଯାଇଛି।

ଡ. ତପନ କୁମାର ରଥଙ୍କ ଅଧ୍ୟକ୍ଷତାରେ ସାହିତ୍ୟିକ ଡ.ଦାଶରଥି ଆଚାର୍ଯ୍ୟ ଉଦଘାଟନ କରିଥିଲେ। ଆବାହକ ସନ୍ତୋଷ ରଥ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ନାଟ୍ୟ ନିର୍ଦେଶକ ପ୍ରବୋଧ ରଥଙ୍କ ସଂଯୋଜନାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳରୁ ସତୁରିରୁ ଊର୍ଦ୍ଧ୍ବ ସାରସ୍ୱତ ସ୍ରଷ୍ଟା ଯୋଗ ଦେଇ ସଂସ୍କୃତ,ଓଡ଼ିଆ, ଇଂରାଜୀ, ବଙ୍ଗଳା,ତେଲୁଗୁ,କଳାହାଣ୍ଡିଆଦି ଭାଷାରେ ବିଷୁବ କବିତାବୃତ୍ତି କରିଥିଲେ।

ସନ୍ଧ୍ୟାରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନରେ ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଓ ମୁଖ୍ୟ ବକ୍ତା ଭାବେ ସାରସ୍ୱତ ସାଧକ କୃଷ୍ଣକେଶବ ଷଡ଼ଙ୍ଗୀ, ଭୁବନେଶ୍ୱର ଯୋଗ ଦେଇଥିଲେ। ସମ୍ପାଦକ ଭବନାଥ ରାୟଗୁରୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରିଷଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଶିଳ୍ପୀଗଣ ପ୍ରାରମ୍ଭିକ ଗୀତ ପରିବେଷଣ କରିଥିଲେ।

ଏଇ ଅବସରରେ ସାହିତ୍ୟ ପାଇଁ ଜନାବ ଜହିରୁଦ୍ଦିନ ଖାଁ, ବୋଲଗଡଙ୍କୁ ରାମଚନ୍ଦ୍ର ରଥ ସାହିତ୍ୟ ସମ୍ମାନ, ଜୟନ୍ତ କୁମାର ବେହେରାଙ୍କୁ ଗଦାଧର ରାୟଗୁରୁ ସଂଗଠକ ସମ୍ମାନ, ଭୋଳା ଶଙ୍କର ବେହେରାଙ୍କୁ ହରିହର ମହାପାତ୍ର ସଂଗୀତ ସମ୍ମାନ ଏବଂ ଶିଳ୍ପୀ ବୈଷ୍ଣବୀ ପଲକଙ୍କୁ ବୀଣାପାଣି ପୁରୋହିତ ପୁରୋହିତ ଯୁବ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା।ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ ଯୁଗ୍ମ ସମ୍ପାଦକ ସୌରଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.