ଜିଲ୍ଲାପାଳଙ୍କ ପ୍ରତିଶୃତି: ସମାଧାନ ହେବ ଦୁଇ ଗ୍ରାମର ମୌଳିକ ସମସ୍ୟା, ଫାକେରୀରେ ହେବ ଅଙ୍ଗନୱାଡି ଗୃହ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସ|ଲି ଗ୍ରସ୍ତରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି | ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଆଜି ପ୍ରଥମ ଥର ପାଇଁ ଦୁର୍ଗମ ପାହାଡିଆ ଗାଁ ଫାକେରୀ ଯାଇଥିଲେ | ଯିବା ସମୟରେ ପାର୍ସ|ଲି ଠାରେ ନୂତନ ଭାବେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭ୍ରମଣ କରି ବିଜୁଳି ଆଲୁଅ ଓ ପାଚେରୀ ନିର୍ମାଣ କୁ ନେଇ ବି ପି ଏମ କୈଳାଶ କୁମାର ନାଏକ ଙ୍କ ଉପରେ ବାର୍ଷିଥିଲେ | ପରେ ପରେ ଫାକେରୀ ପହଞ୍ଚି ଡ଼ କ ଉ ଓପିଲିପି ସହ ବନ୍ଧିତ କ୍ରେଜ୍ ସେଣ୍ଟର ବୁଲି ଖୁସି ବ୍ୟକ୍ତ କରିଥିଲେ | ଗାଁ ଭିତରକୁ ଯାଇ ଅଙ୍ଗନୱାଡି ଙ୍କ ସହ ଆଲୋଚନା କରି ଗୃହ ନିର୍ମାଣ ନିମନ୍ତେ ତହସିଲଦାର ଙ୍କୁ ତୁରନ୍ତ ସ୍ଥାନ ଚହ୍ନଟ କରି ରଖିବାକୁ ନିର୍ଦେଶ ଦେଇଛନ୍ତି | ଗାଁ ର ଉପର ମୁଣ୍ଡିଆ ଲୋକଙ୍କ ପାନୀୟ ଜଳର ସୁବିଧା ଓ ନିରଘୁଣ୍ଡି ଗ୍ରାମର ପାନୀୟ ଜଳର ସୁବିଧା ଏବଂ ବିଜୁଳି ଆଲୁଅ ର ସୂ ବ୍ୟବସ୍ଥା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିବା ସହ ଆସନ୍ତା କାଲି ସୁଦ୍ଧା ବ୍ଲକ ପାନୀୟ ଜଳ ବିଭାଗ କୁ ଫାକେରୀ ଓ ନିରଘୁଣ୍ଡି ଗ୍ରାମକୁ ଯାଇ ଜଳ ସମସ୍ୟାର ସମାଧାନ ନିମନ୍ତେ ବିଡ଼ିଓ ମୋନୀଷା ଦାସ ଙ୍କୁ କଡ଼ା କୋଡ଼ି ନିର୍ଦେଶ ଦେଇଥିଲେ | ଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ଉପ ଜିଲ୍ଲାପାଳ ରମେଶ ନାଏକ,ତହସିଲଦାର ରଞ୍ଜନ କୁମାର ମାନସେଠ୍, ବ୍ଲକ ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀ ସମିର କୁମାର ରଥ, କନିଷ୍ଠ ଯନ୍ତ୍ରୀ ଶିବଶଙ୍କର ହେମ୍ରମ, ମଙ୍ଗଳଅଧିକାରୀ ଚନ୍ଦନଦାସ ବାଙ୍ଗାରୀ, ପାର୍ସ|ଲି ପୂର୍ବତନ ସରପଞ୍ଚ ବାମ କାଡ୍ରାକା, ସମିତି ସଭ୍ୟ ବିକାଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.