ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ (ଏଓଏସସିଏଫ) ନର୍ଲା ବ୍ଲକ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ମାଉଣ୍ଟେନ କିଡ୍ସ କଲେଜ ପରିସରରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଏଓଏସସିଏଫ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ। ପ୍ରଥମେ ଭଗବାନ ବୁଦ୍ଧ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ବୁଦ୍ଧ ବନ୍ଦନା କଲାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ସରପଞ୍ଚ ତନୁଜା ହରିପାଳ, ମୁଖ୍ୟ ବକ୍ତା ଭାବେ ଫେଡେରେସନର ମହିଳା ସଭା ନେତ୍ରୀ ସୁଭଦ୍ରା ସେକ ଆଜାଦ, ସମ୍ମାନିତ ଅତିଥି ଭାବେ ଗାଡେବନ୍ଧ ସରପଞ୍ଚ କବିତା ବାଗ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରିଆ, ଏଓଏସସିଏଫ ମ.ରାମପୁର ବ୍ଲକ ସଭାପତି ଦୟାଦାନ ନାଗ, ସାଧାରଣ ସମ୍ପାଦକ ପ୍ରେମ ସାଗର ନାଗ, ଆରଡବ୍ଲୂଏସ ଜେଇ ସୁରେନ୍ଦ୍ର ସୁନାନୀ, ଏଓଏସସିଏଫ ନର୍ଲା ବ୍ଲକ ସାଧାରଣ ସମ୍ପାଦକ ଜୟ ବିଭାର, ଉପ ସଭାପତି ଶୈଳ କୁମାର, ଉପଦେଷ୍ଟା ଧରମ କୁମାର ତାଣ୍ଡି, ଯୁବ ସଂଯୋଜକ ଦିଲ ଦିଓ ଘରଡ଼ା, ଜିଲ୍ଲା ସମ୍ପାଦକ ଭିକାରି ଚରଣ ସେନା, ଶିକ୍ଷା ବିଭାଗ ମୁଖ୍ୟ ପରମା ନନ୍ଦ ସେନାପତି, ମାଣ୍ଡେଲର ପୂର୍ବତନ ସରପଞ୍ଚ ରଘୁ ମହାନନ୍ଦ, କୁରମେଲ ସରପଞ୍ଚ ପଦ୍ମନାଭ ନାଏକ, ମାଣ୍ଡେଲର ପୂର୍ବତନ ସମିତି ସଭ୍ୟ ଖଗେଶ୍ୱର ସେନାପତି, ଧର୍ମେନ୍ଦ୍ର ସୁନା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ନର୍ଲା ବ୍ଲକର ସମସ୍ତ +୨, +୩ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ‘ଭାରତୀୟ ସମ୍ବିଧାନର ଜନକ ଡ଼କ୍ଟର ବି.ଆର. ଆମ୍ବେଦକର’ ଶିର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟାନନ୍ଦ ପଞ୍ଚାୟତ କଲେଜ ତୁଳାପଡାର ଡୋଲେଶ୍ୱରୀ ପାତ୍ର ପ୍ରଥମ, ବିଜୟାନନ୍ଦ ପଞ୍ଚାୟତ କଲେଜ ତୁଲାପଡାର ଶିଖା ରାଣୀ ସାହୁ ଦ୍ୱିତୀୟ ଏବଂ ଡିଗ୍ରୀ କଲେଜ ନର୍ଲାର ଚାନ୍ଦିନୀ କୋଲି ତୃତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲେ। ଏହି ପ୍ରତିଯୋଗିତାର ବିଚାରକ ଥିଲେ ଓ୍ବାଇଡି କଲେଜ ବଲାଙ୍ଗୀରର ଇଂରାଜୀ ଅଧ୍ୟାପକ ଉଦିତ କୁମାର ଚଲାନ ଏବଂ ଏଓଏସସିଏଫ ଜିଲ୍ଲା ମହାସଚିବ ଶତ୍ରୁଘନ ନାଏକ। ଏହି ଅବସରରେ ନର୍ଲା ସରପଞ୍ଚ ତନୁଜା ହରପାଳ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ଓ ନର୍ଲା ପଞ୍ଚାୟତ ସମିତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବିକ୍ରମ ବେନୁଆଁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଓଏସସିଏଫର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ଲୋକନାଥ କରୁଆଁ, ପରମାନନ୍ଦ ସେନାପତି, ଭୋଦେବ ନିଆଲ ଓ ମିନକେତନ ତାଣ୍ଡି ପ୍ରମୁଖ ୪ଜଣ ଶିକ୍ଷାବିତ୍ କୋଡିୟମ ପ୍ରଦାନ କରିଥିବା ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ ପ୍ରକାଶ କରିଛନ୍ତି। କର୍ମକର୍ତ୍ତାମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପଦ୍ମନ ସେନାପତି, ଜିଲ୍ଲା ସମ୍ପାଦକ ଭିକାରୀ ଚରଣ ସେନା, ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସଭାପତି ବନମାଳୀ ତାଣ୍ଡି, ସୁକାନ୍ତ ମହାନନ୍ଦ, ବବ୍ରୁବାହାନ ବାଗ, ତିରଣ ହରପାଲ, ପ୍ରଭାତ ଆଜାଦ, କେଶରୀ ବାଗ, ଶ୍ରୀକର ସୁନା, ଭୁପିନ ବାଗ, କବିରାଜ ଦୀପଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା। ଏଓଏସସିଏଫର ନର୍ଲା ବ୍ଲକ ଉପସଭାପତି ନରୋତ୍ତମ କରୁଆଁ ସଭା ପରିଚାଳନା କରିଥିବା ବେଳେ ଶେଷରେ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।





