ବୀରମହାରାଜପୁର/ସୁବର୍ଣ୍ଣପୁର,୯/୨ : ବୀରମହାରାଜପୁର ଥାନା ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୁତାପାଲି ଜଙ୍ଗଲ ରାସ୍ତାରେ ଥିବା ନାଳରୁ ଏକ ମୃତ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ରାସ୍ତା କଡରେ ଥିବା ଏକ ନାଳ ଭିତରେ ଶିଶୁପୁତ୍ରକୁ କେହି ଛାଡିଯାଇଥିବା କିଛି ଲୋକ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ମୃତ ଶିଶୁ ପାଖରେ ଏକ ଜରି ବସ୍ତା ଥିବା ଦେଖିବାକୁ ମିଳିଛି ତେବେ କିଏ ଓ କାହିଁକି ଶିଶୁ ପୁତ୍ରକୁ ଛାଡି ଯାଇଛି ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ । ଘଟଣା ସ୍ଥଳରେ ବୀରମହାରାଜପୁର ପୋଲିସ ପହଂଚି ଅଧିକ ଅନୁସନ୍ଧାନ ଜାରିରଖିଛି ।
ବୀରମହାରାଜପୁରରୁ ବିନୋଦ ପାଣ୍ଡେଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in
__________________________________________
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ