ଶ୍ରୀମଦ ସ୍ୱାମୀ ବୈରାଗ୍ୟାନନ୍ଦଜୀ ମହାରାଜଙ୍କ ମହାପ୍ରୟାଣ ମହୋତ୍ସବ

କଳାହାଣ୍ଡି,୯/୨ (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ଶ୍ରୀମଦ ସ୍ୱାମୀ ବୈରାଗ୍ୟାନନ୍ଦଜୀ ମହାରାଜଙ୍କ ମହାପ୍ରୟାଣ ମହୋତ୍ସବ ଆଜି ସାରା ଦିବସବ୍ୟାପୀ ମହାସମାରୋହରେ ଆଶ୍ରମର ସଂପାଦକ ଶ୍ରୀମଦ ସ୍ୱାମୀ ଶାସ୍ତ୍ରାବିଦାନନ୍ଦଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି ।

ପ୍ରଥମେ ମ.ରାମପୁରସ୍ଥିତ ଆଶ୍ରମ ପରିସରରେ ସନ୍ୟାସୀମାନଙ୍କ ଦ୍ୱାରା ପୂଜାର୍ଚ୍ଚନା,ହୋମ କରାଯାଇଥିବାବେଳେ ଏଠାରେ ବିଟ୍ସ ମେଲୋଡ଼ି ତରଫରୁ ହେମନ୍ତ ସାହୁଙ୍କ ମଂଚ ପରିଚାଳନାରେ ଏକ ଭଜନ ସମାରୋହ ଆୟୋଜିତ ହେଇଥିଲା । ଏଠାରେ କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ଅବିନାଶ ଶତପଥି,ଦି କୁମାର ତ୍ରୀପାଠୀ, ଧୀରେନ୍ଦ୍ର ମହାନ୍ତି ପ୍ରମୁଖ ଭଜନ ପରିବେଷଣ କରିଥିଲେ ।

ଏହାପରେ ମଟୋଗଣ୍ଡା ଆଶ୍ରମ ପରିସରରେ ଏକ ସ୍ମୃତି ସଭାରେ ମୁଖ୍ୟ ଅତିଥିଭାବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ବୈରାଗ୍ୟାନନ୍ଦଜୀ ମହାରାଜଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥିଭାବରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସ୍ୱାମୀ ରାମେଶ୍ୱରାନନ୍ଦଜୀ ମହାରାଜ(ଭଦ୍ରକ) ସ୍ୱାମୀ ବଳଦେବାନନ୍ଦ ମହାରାଜ(ପଶ୍ଚିମବଙ୍ଗ),

ପର୍ଶୁରାମ ଦ୍ୱିବେଦୀ(ଭୁବନେଶ୍ୱର), ମ.ରାମପୁର ବିଡ଼ିଓ ସୁଶ୍ରୀ ରୁମାନା ଜାଫ୍ରି ଯୋଗଦେଇଦେଇଥିଲେ । ଏହି ଅବସରରେ ଆଶ୍ରମ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଏକ ପ୍ରତିକୃତିକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଆଶ୍ରମର ଅନ୍ତେବାସୀ, କର୍ମଚାରୀ,ଛା ସହଯୋଗ କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.