ମନରେଗା କାମ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଲାଞ୍ଜିଗଡ,୧୦/୫: ଲାଞ୍ଜିଗଡ ବ୍ଲକ ପରିଦର୍ଶନରେ ଆସି ମନରେଗା କାମ ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗାଲାଭି ପରାଗ ହର୍ଷଦ । ଲକଡାଉନ ସମୟରେ ଶ୍ରମିକମାନେ ଯେପରି ପେଟ ପାଟଣା ପାଇଁ ଅସୁବିଧାର ସମ୍ମୁଖିନ ନହେବେ ସେଥିପାଇଁ ସରକାର ମନରେଗା କାର୍ଯ୍ୟ ଆରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଶ୍ରମିକ ମାନେ କିପରି କାମ ପାଇ ପାରିବେ ସେନେଇ ପ୍ରୟାସ ଜାରି ରଖିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲାପାଳ ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର ଓ ବସନ୍ତପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଛତ୍ରପୁର, ଚମ୍ପାଦେଇପୁର, ବସନ୍ତ ପଡା, ହରେକୃଷ୍ଣପୁର ଓ କଂସାରି ଗ୍ରାମରେ ଚାଲିଥିବା ମନରେଗା କାର୍ଯ୍ୟ ବୁଲି ଦେଖିବା ସହ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହିତ ପିଡିଡିଆରଡିଏ ପ୍ରଭାତ ମହାପାତ୍ର, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏଇ ରେଣୁକା ଠାକୁର, ଯନ୍ତ୍ରୀ ପିତାମ୍ବର ହେମରାମ, ପିଓ ଅଲେଖ ସା, ସରପଞ୍ଚ ଓ ଜିଆରଏସ ପ୍ରମୂଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.