ଅନ୍‌ଲାଇନ୍‌ ଆସର ‘କଥା କଥାରେ, କବିତା ସାଥିରେ’ ଆୟୋଜିତ

ଭୁବନେଶ୍ୱର,୧୦/୫: ବିଶ୍ୱ ମାତୃ ଦିବସ ଅବସରରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟମାନଙ୍କୁ ନେଇ ଏକ ଅନଲାଇନ୍ ଆସର ‘କଥା କଥାରେ କବିତା ସାଥିରେ’ ଆୟୋଜିତ ହୋଇଯାଇଛି। ଏକାଡେମୀର ନବରଙ୍ଗପୁର ସଦସ୍ୟ ବୁଲୁ ହୋତାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ବିଜୟାନନ୍ଦ ସିଂ ସ୍ୱାଗତ ବାର୍ତ୍ତା ଦେଇଥିବା ବେଳେ ସଦସ୍ୟ ଡ. ଅରବିନ୍ଦ ରାୟ ଏହି ଅନଲାଇନ୍ କାର୍ଯ୍ୟକ୍ରମର ଉପାଦେୟତା ବର୍ଣ୍ଣନା କରିଥିଲେ।

Omkar Vasthu
Omkar Vasthu

ଏଥିରେ ଏକାଡେମୀ ସଦସ୍ୟ ଚନ୍ଦ୍ରଶେଖର ହୋତା (ବିଷମକଟକ), ବିଦେଶୀ ନାୟକ (ଦାରିଙ୍ଗବାଡି), ସଞ୍ଜୟ ମିଶ୍ର (ବଲାଙ୍ଗିର), ରମାକାନ୍ତ ଜେନା (ଯାଜପୁର), ମନ୍ଦାକିନୀ ଶତପଥୀ (ଝାରସୁଗୁଡା), ରତ୍ନାକର ଦାସ (ମାଲକାନଗିରି), ପ୍ରଭାତ ମଲ୍ଲିକ (ରାଉରକେଲା), ସଂଯୁକ୍ତା ମହାପାତ୍ର (ଯାଜପୁର), ପୂର୍ଣ୍ଣଚନ୍ଦ୍ର ବହଳି (ଭଦ୍ରକ), ଡ. ଶଶଧର ଦାଶ (ଭଦ୍ରକ) ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଇଂକ୍ ଡିଉ ପ୍ରକାଶନୀ ପକ୍ଷରୁ କବି ଡା. ମନୋଜ କିଶୋର ନାୟକ ବୈଷୟିକ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.