ଜୁନାଗଡ,୧୦/୫: କଳାହାଣ୍ଡି ପୋଲିସ ପକ୍ଷରୁ ଆଜି ଚିଲିଗୁଡା ପୋଲିସ ଫାଣ୍ଡି ଅନ୍ତର୍ଗତ ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଏସପିଙ୍କ ତତ୍ବାବଧାନରେ ‘ମୋ ସରକାର’ ଯୋଜନା ମାଧ୍ୟମରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଚିଲିଗୁଡା ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀ ସମେତ ବିଜୁ ଯୁବ ବାହିନୀ ର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ଦୁଇଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ । ଶିବିରରେ ୪୬ ୟୁନିଟ ରକ୍ତ ସଂଗୃହିତ ହୋଇଛି ।
ଏହି ଶିବିରରେ ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଜିତ ପାଢ଼ୀ, ମୁଣ୍ଡରାଗୁଡା ସରପଞ୍ଚ ଅମୃତାଞ୍ଜଳି ଭାଟି, ବାଙ୍କପଳାଶ ସରପଞ୍ଚ ଲକ୍ଷ୍ମୀ ଛତ୍ରିଆ, ସ୍ଥାନୀୟ ବିଜୁ ଯୁବ ବାହିନୀ କର୍ମୀ ସମେତ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ଚିଲିଗୁଡା ଫାଣ୍ଡି ଅଞ୍ଚଳର ନଅ ଗୋଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ। କୋଭିଡ୍-୧୯ ଦୃଷ୍ଟିରୁ ସାମାଜିକ ଦୁରତ୍ବ ରକ୍ଷା ସହ ଶିବିର ପରିଚାଳିତ ହୋଇଥିଲା ।
ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in