ଧାନ ମଣ୍ଡି ଓ ମିଲର୍ସଙ୍କ ଅବ୍ୟବସ୍ଥାକୁ ନେଇ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ

ରାମନାଗୁଡା: ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ଡିଣ୍ଡିମ ପିଟୁଛନ୍ତି। ଏପଟେ ଚାଷୀ ବର୍ଷଜାକର ପରିଶ୍ରମ କରି ଉପୁଜାଇଥିବା ଫସଳ ବିକ୍ରି କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ହୋଇଛି ଅନ୍ନଦାତା ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛି। ଚିତ୍ର ହେଉଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀର। ମଣ୍ଡି ଓ ମିଲର୍ସଙ୍କ ଅବ୍ୟବସ୍ଥାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବା ପରେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଆଜି (ବୁଧବାର) ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଅଞ୍ଚଳର ଚାଷୀମାନେ ୩୨୬ନମ୍ବର ଗୁଣୁପୁର ଠାରୁ ରାମନାଗୁଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ କରିଥିଲେ କୁଜେନ୍ଦ୍ରୀ ଅଞ୍ଚଳର ଚାଷୀ।

Omkar Vasthu
Omkar Vasthu


ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଖରିଫ ଧାନର ବିକ୍ରୟ ନିମନ୍ତେ ରାମନାଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ମଣ୍ଡି ଆରମ୍ଭ ହୋଇଥିଲା। ବ୍ଲକର କୁଜେନ୍ଦ୍ରୀ ମଣ୍ଡିରେ ନାନା ଅବ୍ୟବସ୍ଥା ଦେଖାଦେଇଥିବା କୃଷକମାନେ ଅଭିଯୋଗ କରିଛନ୍ତି। ମଣ୍ଡିର ଖୋଲା ଆକାଶ ତଳେ ଦୀର୍ଘ ଦିନ ଧରି ପଡ଼ି ରହିଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ବସ୍ତା ଧାନ। ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ମିଲର୍ସଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀକୂଳ। ମଣ୍ଡିରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଫସଲ ନଷ୍ଟ ହେଉଥିବା/ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହା ସାଙ୍ଗକୁ ଧାନର ଗୁଣବତ୍ତାକୁ ଆଳ କରି ବ୍ୟାପକ କଟନୀଛଟଣୀ କରାଯାଉଥିବା, ପରିବହନ ବାବଦୀୟ ଖର୍ଚ୍ଚ ମିଳୁନଥିବା ଅଭିଯୋଗ ହୋଇଛି। ଏହିସବୁ କାରଣ ଯୋଗୁଁ ଚାଷୀମାନଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna


ରାସ୍ତା ଅବରୋଧ ଖବର ପାଇ ଗୁଣୁପୁର ଥାନା ଏସଡିପିଓ ରାଜ କିଶୋର ଦାଶ, ଉପଖଣ୍ଡ ଯୋଗାଣ ଅଧିକାରୀ, ସମବାୟ ଓ ନିୟନ୍ତ୍ରିତ ବଜାର ସମିତି କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ଦୀର୍ଘ ସମୟ ଚାଷୀ ଓ ମିଳର୍ସଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Udyog Nursery
Udyogi Nursery

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.