● ରାୟଗଡା ଜିଲ୍ଳାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ
ରାୟଗଡା, (ଶିବ ନାରାୟଣ ଗୈାଡ): ଜିଲ୍ଳାସ୍ତରୀୟ ଜାତୀୟ ମତଦାତା ଦିବସ ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାଚନ ଅଧିକାରୀ ନାରାୟଣ ମିଶ୍ରଙ୍କ ସମେତ ନୂତନ ଭୋଟର, ବିଏଲଓ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଅବାଧ ଓ ନିରପେକ୍ଷ ନିର୍ବାଚନରେ ଭାଗ ନେଇ ଭୋଟର ଭାବେ ଭୋଟ ଦେଇ ଗଣତନ୍ତ୍ରକୁ ସୁଦୃୃୃଢ କରିବା ପାଇଁ ଜିଲ୍ଳାପାଳ ସମସ୍ତଙ୍କୁ ସଂକଳ୍ପ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୮ଜଣ ନୂତନ ଭୋଟରଙ୍କୁ ପରିଚୟ ପତ୍ର ଏବଂ ଜିଲ୍ଳାର ଶ୍ରେଷ୍ଠ ବିଏଲଓ ଭାବେ ବିଷମକଟକ ନିର୍ବାଚନ ମଣ୍ଡଳିର ବିଷମକଟକ ବୁଥ ନମ୍ବର ୨୧୩ ଓ କଲ୍ୟାଣସିଂହପୁର ବ୍ଳକ ୧୮୬
ବୁଥ୍ ନମ୍ବର ବିଏଲଓ ସନ୍ତୋଷ କୁମାର ନିମାଲପୁରୀ ଓ ରହିତ ମାଣ୍ଡିକାଙ୍କ ସହ ରାୟଗଡା ନିର୍ବାଚନ ମଣ୍ଡଳିର କାଶିପୁର ବ୍ଳକ ବୁଥ ନମ୍ବର ୩’ର ବିଏଲଓ ରାମାସିଙ୍ଗ ମାଝିଙ୍କ ସମେତ ରାୟଗଡା ନିର୍ବାଚନ ମଣ୍ଡଳିର ଶ୍ରେଷ୍ଠ ବିଏଲଓ ଭାବେ କାଶିପୁର ବ୍ଳକ ବୁଥ ନମ୍ବର ୦୩, ୪୦ ଓ ୨୬୧ର ବିଏଲଓ ରାମାସିଙ୍ଗ ମାଝି, ଗଣେଷ ବାଗ,ଜି.ଧର୍ମାରାଓ ୬ଜଣଙ୍କୁ ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।
ରାୟଗଡା ଜିଲ୍ଳାରେ ବର୍ତମାନ ୬ଲକ୍ଷ ୯୩ହଜାର ୮୨୬ଜଣ ଭୋଟରଙ୍କ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ୨୩୧୦୫ଜଣ ନୂଆ ଭୋଟରଙ୍କୁ ଯୋଡାଯାଇଛି ଏବଂ ୮୪୪୬ଜଣଙ୍କୁ ବାଦ ଦିଆଯାଇଛି । ୯ହଜାରରୁ ଉର୍ଦ୍ଧ ଯୁବବର୍ଗର ନୂତନ ଭୋଟର ରହିଥିବାରୁ ଗଣତନ୍ତ୍ରଙ୍କୁ ସୁଦୃଢ କରିବା ଦିଗରେ ସେମାନଙ୍କ ଅଧିକାର,ଦାୟିତ୍ୱ ଓ କର୍ତବ୍ୟ ସଂପର୍କରେ ଜିଲ୍ଳାପାଳ ଶ୍ରୀ ମିଶ୍ର ସଚେତନ କରାଇଥିଲେ ।
ପ୍ରକାଶ ଥାଉ କି, ଗତ ୨୦୨୧ ନଭେମ୍ବର ୧ତାରିଖ ସୁଦ୍ଧା ଜିଲ୍ଳାରେ ୬୭୯୧୬୭ଜଣ ଭୋଟର ରହିଥିବା ବେଳେ ୨୦୨୨ ଜାନୁଆରୀ ୫ତାରିଖ ସୁଦ୍ଧା ଆଉ ୧୪,୬୫୯ଜଣ ନୂଆ ଭୋଟର ଯୋଡି ହୋଇଛନ୍ତି । ଆସନ୍ତୁ ଆମେ ଭୋଟର ହେବା ଏବଂ ଗଣତନ୍ତ୍ରଙ୍କୁ ସୁଦୃଢ କରିବାର ଉଦ୍ଦେଶ୍ୟ ନେଇ ଚଳିତ ବର୍ଷର ବିଷୟବସ୍ତୁ “ଅନ୍ତର୍ଭୁକ୍ତ,ସୁଗମ ଓ ସହଭାଗୀ ନିର୍ବାଚନ” ପ୍ରକ୍ରିୟାରେ ଭାଗ ନେବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।