ନର୍ଲା ବ୍ଲକ ରାଜନୀତି: ମଇଦାନରେ ଏବେ ୫୫୫ ଜଣ ପ୍ରାର୍ଥୀ

କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରୀ-ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ପ୍ରକୀୟା ସରି ଯାଇଛି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୩୨୩ ଗୋଟି ୱାର୍ଡ ନିମନ୍ତେ ମୈଦାନରେ ଏବେ ୩୭୯ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ, ୯୦ ଜଣ ସରପଞ୍ଚ ଓ ୮୬ ଜଣ ସମିତି ସଦସ୍ୟ ପ୍ରାର୍ଥୀ ରହିଥିବା ନର୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ଜଣା ପଡ଼ିଛି । ଗତ ୧୭/୧ ରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡ ସଦସ୍ୟ ପାଇଁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ପ୍ରକ୍ରୀୟା ୨୧/୧ ଶୁକ୍ରବାର ଅପରାହ୍ନ ୪ ଟାଏଁ ଚାଲିଥିଲା । ଶନିବାର ୨୨/୧ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ସଦସ୍ୟ ମାନଙ୍କ ପ୍ରାର୍ଥିପତ୍ର ଗୁଡିକ ଯାଞ୍ଚ ହୋଇଥିଲା । ୪୩୦ ଜଣ ୱାର୍ଡ ସଦସ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବିଭିନ୍ନ କାରଣ ଯୋଗୁଁ ଖାରଜ ହୋଇଥିବା ବେଳେ ଦୁଇଜଣ ସମିତି ସଦସ୍ୟ ଓ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିଲା । ପ୍ରାର୍ଥୀପତ୍ର ଯାଞ୍ଚ ପରେ ୬୩୧ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟକ୍ରମ ପଞ୍ଚାୟତ ଗୁଡିକରେ ଦାଇତ୍ୱରେ ରହିଥିବା ନିର୍ବାଚନ ଅଧିକାରୀ ମାନେ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀ ମାନେ ଏହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିଭଳି ନର୍ଲା ପଞ୍ଚାୟତ ସମିତିରେ ନିର୍ବାଚନ ଅଧିକାରୀ ଭାବରେ ବିଡିଓ ମାନସ ରଂଜନ ତ୍ରିପାଠୀ, ଏବିଡିଓ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲା ବ୍ଲକ୍ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଞ୍ଚାୟତ ର ୨୬ ଗୋଟି ସରପଞ୍ଚ ପଦବୀ ନିମନ୍ତେ ୯୦ ଜଣ, ୨୬ ସମିତି ସଦସ୍ୟ ପଦବୀ ପାଇଁ ୮୬ ଓ ୩୨୩ ୱାର୍ଡ ସଦସ୍ୟ ପାଇଁ ୩୭୯ ଜଣ ବ୍ୟକ୍ତି ଏବେ ନିର୍ବାଚନୀ ମୈଦାନରେ ଲଢେଇ ପାଇଁ ପ୍ରସ୍ତୁତ। ଆଜି ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ସଙ୍କେତ ପ୍ରଦାନ କରାଯାଇଛି । ନର୍ଲା ବ୍ଲକ ଅଧ୍ୟକ୍ଷ ଆସନ ଗତଥର ଭଳି ଏଥରକ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ନର୍ଲା ବ୍ଲକ୍ ଅଧ୍ୟକ୍ଷ ଆସନ ହାତେଇବା ପାଇଁ କଳ, ବଳ ଓ କୌଶଳ ଆରମ୍ଭ ହୋଇଗଲାଣି । ସଂରକ୍ଷିତ ଆସନ ହେଉ କିମ୍ବା ଅଣ ସଂରକ୍ଷିତ ଆସନ । ଚଳିତ ତ୍ରୀ- ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ମୈଦାନରେ ସରପଞ୍ଚ ଓ ସମିତି ସଦସ୍ୟ ପଦବୀ ନିମନ୍ତେ ସଂଖ୍ୟାଧିକ ପ୍ରାର୍ଥୀ ଲଢେଇ କରିବା ପାଇଁ ପ୍ରସ୍ତୁତ ରହିଥିବା ଦେଖିବାକୁ ମିଳୁଛି । ବିଶେଷ କରି ରୁପ୍ରାରୋଡ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ସଂଖ୍ୟାଧିକ ସରପଞ୍ଚ ଓ ସମିତି ସଦସ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ପୂର୍ବ ତ୍ରୀ-ସ୍ତରୀୟ ନିର୍ବାଚନ ଗୁଡିକରେ ୱାର୍ଡ ସଭ୍ୟ/ ସଭ୍ୟା ପଦବୀ ସବୁ ପାଇଁ ପ୍ରତିଦ୍ୱନ୍ଦିତା ହେଉନଥିଲା । ହେଲେ ଚଳିତ ନିର୍ବାଚନରେ ୱାର୍ଡ ସଭ୍ୟ ପାଇଁ ମଧ୍ୟ ତ୍ରୀମୁଖି ଲଢେଇ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳୁଛି । ସେହିଭଳି ନର୍ଲା ରେ ରହିଥିବା ତିନିଗୋଟି ଜିଲ୍ଲା ପରିଷଦ ଜୋନ ଗୁଡିକ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ତରଫରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସେବୁଗୁଡିକର ମଧ୍ୟ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ଅଫିସରେ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀପତ୍ର ଯାଞ୍ଚ ହେଉଥିବା ଜଣାପଡିଛି । ଜିଲ୍ଲା ପରିଷଦ ଜୋନ୍-୨୬ (ନର୍ଲା-୧ ରୁପ୍ରା ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ପାଇଁ ବିଜେପି ପ୍ରାର୍ଥୀନୀ ଭାବରେ ସଞ୍ଜୁ ସାହୁ, ବିଜେଡି ତରଫରୁ ନମ୍ରତା ସାହୁ ଓ କଂଗ୍ରେସ ପାର୍ଟି ତରଫରୁ ଜ୍ୟୋତି ବେହେରା ପ୍ରାର୍ଥୀନୀ ରହିଥିବା ବେଳେ ଜିଲ୍ଲା ପରିଷଦ ଜୋନ୍-୨୭ (ନର୍ଲା-୨ ସରିଆଁ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ଆସନ) ଜୋନ୍ ପାଇଁ ବିଜେପି ତରଫରୁ ଗତଥର ନିର୍ବାଚିତ ହୋଇଥିବା ସୁଶ୍ରୀ ରୀନା ଭୋଇ, ବିଜେଡି ତରଫରୁ ହରିଶଙ୍କର ମାଝୀ ଓ କଂଗ୍ରେସ୍ ତରଫରୁ ରୋଶନ କୁମାର ମାଝୀ ପ୍ରାର୍ଥୀ ରହିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ଜୋନ ନଂ-୨୮ ନର୍ଲା- ୩ ଅନୁସୂଚୀତ ଜାତୀ ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ନିମନ୍ତେ ବିଜେପି ତରଫରୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରୀନାଥ ନାଏକଙ୍କ ବୋହୁ ଶ୍ରୀମତୀ ପ୍ରଣତି ମହାନନ୍ଦ, ବିଜେଡି ପାର୍ଟି ତରଫରୁ ବାଗପୁର ର ସରପଞ୍ଚ ଶ୍ରୀମତୀ ଲିଲି ଦୀପ ଓ କଂଗ୍ରେସ ତରଫରୁ ଶ୍ରୀମତୀ ସୁନୀତା ନାଏକ ପ୍ରାର୍ଥୀନୀ ରହିଛନ୍ତି । ଗ୍ରାମ ପଞ୍ଚାୟତ ନିର୍ବାଚନ କୁ ନେଇ ନର୍ଲା ରାଜନୀତି ବେଶ ସରଗରମ ହୋଇ ଉଠିଥିବା ବେଳେ ଗ୍ରାମ ପଞ୍ଚାୟତ ସ୍ତରରେ ସଂଖ୍ୟାଧିକ ପ୍ରାର୍ଥୀ ପ୍ରାର୍ଥୀନୀ ଯୋଗୁଁ ଭୋଟର୍ସ ସନ୍ଦୀହାନ ହେବାର ଆଶଙ୍କାକୁ ଏଡେଇ ଦିଆଯାଇ ନପାରେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.